ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି
ଭୁବନେଶ୍ୱର: ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ । ଏଥି ଲାଗି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭୁବନେଶ୍ୱରରେ ୨୫ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି । ଏକ ୟୁନିଟ ଆଂଟି ଟେରୋରିଷ୍ଟ ସ୍କାର୍ଡ ରହିଛନ୍ତି । ୨୫ରୁ ଅଧିକ ଇନିସପେକ୍ଟର ଉପସ୍ଥିତ ରହିବେ । କଟକଣା ପାଇଁ ସାଧାରଣ ଲୋକେ ପରେଡ୍ ଦେଖି ପାରବେନି । ଆଜି ସନ୍ଧ୍ୟା ୬ଟା ପରଠୁ ପରେଡ ସ୍ଥଳରେ ୧୪୪ ଧାରା ଲାଗୁ କରାଯିବ । ମହାତ୍ମା ଗାନ୍ଧୀ ମାର୍ଗରେ ସକାଳ ୬ରୁ ଅପରାହ୍ନ ୩ଟା ଯାଏଁ ଟ୍ରାଫିକ କଟକଣା ରହିବ । ଡିସିପି ସୁରକ୍ଷା ବ୍ୟବସ୍ଥା ଯାଂଚ କରିଛନ୍ତି ।