ଆଖି ତଳ କଳାଦାଗର ଉପଚାର
ଆଖି ତଳ କଳାଦାଗର ଉପଚାର
admin
Sep 27, 2019 - 13:18
Updated: Sep 27, 2019 - 13:18
କାମର ଚାପ ସହ ଅତ୍ୟଧିକ ଚିନ୍ତାକଲେ ଆଖି ତଳେ କଳାଦାଗ ହୋଇଥାଏ । ଏହା ଯୁବତୀ ଓ ମହିଳାଙ୍କର ମୁଖମଣ୍ଡଳର ସୌନ୍ଦର୍ଯ୍ୟକୁ ହ୍ରାସ କରେ । ଏଥିରୁ ରକ୍ଷା ପାଇବାକୁ ଚାହୁଁଥିଲେ ନିୟମିତ ଭାବେ ଘରୋଇ ଉପଚାର କରନ୍ତୁ ।
ତରଭୁଜ ଏକ ଗ୍ରୀଷ୍ମଦିନିଆ ଫଳ ହୋଇଥିବା ସତ୍ତ୍ୱେ ଏବେ ଅନ୍ୟ ଋତୁରେ ମଧ୍ୟ ସହଜରେ ଉପଲବ୍ଧ ହେଉଛି । ଆଖି ତଳ କଳାଦାଗରୁ ରକ୍ଷା ପାଇବାକୁ ଚାହୁଁଥିଲେ ଏହା ଏକ ଉତ୍ତମ ଫଳ । ଦୈନିକ ତରଭୁଜ ରସ ପିଇବା ସହ ଏହାକୁ ଯେ କୌଣସି ପ୍ୟାକରେ ମିଶାଇ ଲଗାଇପାରିବେ । ତ୍ୱଚାରେ ଚମକ ଆସିବା ସହ ଆଖି ତଳ କଳାଦାଗ ମଧ୍ୟ ଦୂରେଇ ଯାଏ ।
ଟମାଟୋ ରସ ଆଖି ତଳ କଳାଦାଗରେ ଲଗାଇବା ପରିବର୍ତ୍ତେ ଟମାଟୋ ରସ ପିଇବା ସହ ନିଜ ରୋଷେଇରେ ଏଇ ପରିବାର ବ୍ୟବହାର କରନ୍ତୁ । ଟମାଟୋ ତ୍ୱଚାର ଉତ୍ତମ ବନ୍ଧୁ ବୋଲି ବିଶେଷଜ୍ଞଙ୍କ ମତ । ୧ ମାସ ଦୈନିକ ଖାଲିପେଟରେ ଟମାଟୋ ରସ ପିଇଲେ ଫରକ ଜାଣିପାରିବେ ।
ପେସ୍ତାବାଦାମ ତେଲ ଏବେ ବଜାରରେ ସହଜରେ ଉପଲବ୍ଧ । ଏହି ତେଲକୁ ଆଖି ତଳ କଳାଦାଗରେ ଲଗାଇ ହାଲକା ଭାବେ ମାଲିସ କରନ୍ତୁ । ଦେଖିବେ ଦିନ କେଇଟାରେ କଳାଦାଗ ଦୂରେଇ ଯିବ । ଭିଟାମିନ ‘ଇ’ରେ ଭରପୁର ତେଲ ଆଖିର ଜ୍ୟୋତି ମଧ୍ୟ ବଢ଼ାଏ ।
ଭୋଜନରେ ସବୁଜ ପନିପରିବା ଖାଇବା ସହ କଫି ଗୁଣ୍ଡକୁ ମଧ୍ୟ ଚାମଚ ପାଣିରେ ମିଶାଇ ଆଖି ତଳ କଳାଦାଗରେ ଲଗାଇ ୧୦ ମିନିଟ୍ ପରେ ଧୋଇନେବେ ।