ଆଜି କେବଲ୍ କାର୍ ଡେ

ଆଜି କେବଲ୍ କାର୍ ଡେ

ଆଜି କେବଲ୍ କାର୍ ଡେ
ପ୍ରତିବର୍ଷ ଜାନୁଆରୀ ୧୭ ରେ ‘କେବଲ କାର୍ ଡେ’ ପାଳନ କରାଯାଏ । ୧୮୭୧ ଜାନୁଆରି ୧୭ରେ କେବଲ କାରର ପାଟେଣ୍ଟ ଲାଭ କରିଥିଲେ । ଏହାର ଉଦ୍ଭାବକ ଆଣ୍ଡି୍ରୟୁ ସ୍ମିଥ ହାଲିଡାଇ । ବି୍ରଟେନରେ ଜନ୍ମ ହୋଇଥିବା ହାଲିଡାଇ, ମାର୍କିନ ନାଗରିକତ୍ୱ ପାଇ, ସାନ ଫ୍ରାନସିସ୍କୋରେ ବାସ କରୁଥିଲେ । ସେତେବେଳେ ସେଠାକାର ଜାକସନ ଷ୍ଟି୍ରଟକୁ ଯିବା ଲାଗି ଘୋଡ଼ା ଗାଡ଼ି ବ୍ୟବହାର କରାଯାଉଥିଲା । ରାସ୍ତା ଅଧିକ ତିଖ ଥିବାରୁ ବେଳେ ବେଳେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିଲା । ତାହା ଦେଖି ହାଲିଡାଇ କେବଲ୍ କାର ତିଆରି କରିଥିଲେ । ତାଙ୍କ ଦ୍ୱାରା ନିର୍ମିତ ପ୍ରଥମ କେବଲ କାର୍ର କେତେକ ଯନ୍ତ୍ରାଂଶ ଏବେ ଏକ ସ୍ଥାନୀୟ ସଂଗ୍ରହାଳୟରେ ପ୍ରଦର୍ଶିତ ହେଉଛି ।