ଆଜି ଘରେ ନୂଆ ଷ୍ଟାଇଲରେ ବନାନ୍ତୁ ‘ମଟନ କୋରମା’, ଏମିତି ସ୍ୱାଦ ପୂର୍ବରୁ କେବେ ଖାଇନଥିବେ
ଆଜି ଘରେ ନୂଆ ଷ୍ଟାଇଲରେ ବନାନ୍ତୁ ‘ମଟନ କୋରମା’, ଏମିତି ସ୍ୱାଦ ପୂର୍ବରୁ କେବେ ଖାଇନଥିବେ
admin
Oct 26, 2019 - 11:20
Updated: Oct 26, 2019 - 11:20
ଆଜି ଘରେ ବନାଇ ଖାଆନ୍ତୁ କିଛି ନୂଆ ଷ୍ଟାଇଲରେ ମଟନ କୋରମା। ଏମିତିରେ ତ ଆପଣ ଅନେକ ପ୍ରକାରର ମଟନ ତରକାରୀ ଖାଇଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଭିନ୍ନ ଷ୍ଟାଇଲରେ ମଟନ କୋରମା ବନାଇବାର ପ୍ରସ୍ତୁତି ବିଷୟରେ ଜଣାଇବୁ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକୀୟ ସାମଗ୍ରୀ
-୬୦୦ ଗ୍ରାମ କଟା ହୋଇଥିବା ବୋନଲେସ୍ ମଟନ
-ଅଧା କପ୍ ଦହି
-ଅଧା କପ୍ କ୍ରୀମ
-୨ ଚାମଚ କାଜୁ ପେଷ୍ଟ
-୩ଟି ଅଳେଇଚ
-ଏକ ବଡ ଅଳେଇଚ
-୪ରୁ୫ ଇଞ୍ଚ ଲବଙ୍ଗ
-ଏକ ଇଞ୍ଚ ଡାଲଚିନି
-୭ରୁ୮ଟି କଳାମରୀଚ
-ଏକ ଚାମଚ ଗରମ ମସଲା ପାଉଡର
-ସ୍ୱାଦାନୁସାରେ ଲୁଣ
-ତେଲ
ପ୍ରସ୍ତୁତି ପ୍ରଣାଳୀ
କଡାଇରେ ତେଲ ଗରମ କରନ୍ତୁ ସେଥିରେ ବଡ ଅଳେଇଚ, ସବୁଜ ଅଳେଇଚ, ଲବଙ୍ଗ, ଡାଲଚିନି ଏବଂ କଳା ମରୀଚ ମିଶାଇ ଫ୍ରାଇ କରନ୍ତୁ। ଯେତେବେଳେ ଏହି ମସଲା ସବୁ ହୋଇଯିବ ତେବେ ତେଲରେ କଟା ପିଆଜ ପକାଇ ଗୋଲାପି ରଙ୍ଗ ହେବା ପଯ୍ୟର୍ନ୍ତ ଭାଜନ୍ତୁ। ଏହାପରେ ଅଦା ରସୁଣ ପେଷ୍ଟ ପକାଇ ଏକ ମିନିଟ ପର୍ଯ୍ୟନ୍ତ ଚଲାନ୍ତୁ। ଏବେ କଡାରେ ମଟନ ପିସକୁ ପକାି ୫ ମିନିଟ୍ ପର୍ଯ୍ୟନ୍ତ ହାଇ ଆଞ୍ଚରେ ଭାଜନ୍ତୁ। ଏହାପରେ ମଟନରେ ଧନିଆ ପାଉଡର ଏବଂ ଲାଲ ଲଙ୍କା ପାଉଡର ୨ ମିନିଟ୍ ଚଲାନ୍ତୁ। ଏହାପରେ ମଟନରେ ସାମାନ୍ୟ ଦହି ଏବଂ ଅଳ୍ପ ପାଣି ମିଶାଇ ଏକ ପ୍ଲେଟକୁ ଘୋଡାଇ ଦିଅନ୍ତୁ। ମଟନ ଭଲଭାବେ ହୋଇଗଲା ପରେ ସେଥିରେ ଗରମ ମସଲା, ଫ୍ରେସ କ୍ରୀମ, କାଜୁ ପେଷ୍ଟ ପକାଇ ଚାଲନ୍ତୁ ଏବଂ ମଧ୍ୟମ ଆଞ୍ଚରେ ରାନ୍ଧନ୍ତୁ। ଏବେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ ଏବଂ ମଟନ କୋରମାକୁ ଗରମ ଗରମ ରୋଟି କିମ୍ବା ଭାତ ସହିତ ଖାଆନ୍ତୁ।
-୨ କଟା ପିଆଜ
-ଏକ ବଡ ଚାମଚ ଅଦା ରସୁଣ ପେଷ୍ଟ
-୨ ଚାମଚ ଧନିଆ ପାଉଡର
-ଅଧା ଚାମଚ ଲାଲ ଲଙ୍କା ପାଉଡର