ଆଜି ପୁଣି ହାଥରସ ଯିବେ ରାହୁଲ, କହିଲେ ଯିବାପାଇଁ ଦୁନିଆର କୌଣସି ଶକ୍ତି ଅଟକାଇପାରିବନାହିଁ

ଆଜି ପୁଣି ହାଥରସ ଯିବେ ରାହୁଲ, କହିଲେ ଯିବାପାଇଁ ଦୁନିଆର କୌଣସି ଶକ୍ତି ଅଟକାଇପାରିବନାହିଁ

ଆଜି ପୁଣି ହାଥରସ ଯିବେ ରାହୁଲ, କହିଲେ ଯିବାପାଇଁ ଦୁନିଆର କୌଣସି ଶକ୍ତି ଅଟକାଇପାରିବନାହିଁ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସ ଗଣବଳାକ୍ରାର ମାମଲାରେ ଲଗାତାର ହଙ୍ଗାମା ସୃଷ୍ଟି ହୋଇଥିବାବେଳେ ଦୁଇଦିନ ପୂର୍ବରୁ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ପିଡ଼ୀତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ଲାଗି ଯିବାକୁ ଥିବାବେଳେ ତାଙ୍କୁୁୂ ଉତ୍ତରପ୍ରଦେଶ ପୁଲିସ୍ଙ୍କ ଗିରଫ କରିଥିଲା । କେବଳ ସେତିକି ନୁହେଁ ପୁଲିସଙ୍କ ବ୍ୟବହାରରେ ସାରା ଦେଶ ଚକିତ ହୋଇଥିବାବେଳେ ଏହାକୁ ନେଇ ଆନେ୍ଦାଳନ ଜାରି ହୋଇଛି । ଏହାପରେ ମଧ୍ୟ ଆଜି ଦ୍ୱିପ୍ରହରେ ରାହୁଳ ଗାନ୍ଧୀ ପିଡ଼ୀତାଙ୍କ ପରିବାର ସହ ଭେଟିବାକୁ ଯିବେ ବୋଲି ଟ୍ୱିଟ କରି ଜଣାଇଛନ୍ତି । ଏନେଇ ପୂରା ପ୍ରସ୍ତୁତିର ସହ ଯିବାକୁ ମନବଳାଇଛନ୍ତି ରାହୁଲ । ସେ କହିଛନ୍ତି ଯେ, ଦୁନିଆର କୌଣସି ଭି ଶକ୍ତି ନାଇ ଯାହା ଆଜି ମୋତେ ହାଥରସ ଦୁଃଖି ପରିବାର ସହ ଭେଟିବାକୁ ଅଟକାଇପାରିବ । ଶନିବାର ରାହୁଳଙ୍କ ଯିବାକୁ ନେଇ କଂଗ୍ରେସ ନେତା କେସି ବେଣୁଗୋପାଳ କହିଛନ୍ତି, କଂଗ୍ରେସ ସାଂସଦ ରାହୁଳ ଗାନ୍ଧୀଙ୍କ ନେତୃତ୍ୱରେ ଆଜି ଦ୍ୱିପ୍ରହରରେ ହାଥରସ ଲାଗି ଯିବାକୁ ଯୋଜନା ରହିଛି ।