ଆଜି ଶ୍ରାବଣ ମାସର ପ୍ରଥମ ସୋମବାର

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର

ଭୁବନେଶ୍ବର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ୨ ବର୍ଷ ହେବ ବୋଳବମ୍ ଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଯାତ୍ରାକୁ ମିଳିଛି ଅନୁମତି। ଫଳରେ ଆଜି ପ୍ରଥମ ସୋମବାରରେ ବିଭିନ୍ନ ଶୈବପୀଠରେ ବୋଲ୍‌ବମ୍‌ ଯାତ୍ରୀଙ୍କ ଭିଡ଼ ଦେଖିବାକୁ ମିଳୁଛି। ବୋଲବମ୍ ଭକ୍ତ ଭୋଳା ବାବାଙ୍କୁ ଜଳ ଲାଗି କରୁଛନ୍ତି ।

ଲୋକନାଥଙ୍କଠୁ ଲିଙ୍ଗରାଜ, ଧବଳେଶ୍ୱରଙ୍କଠୁ ପଞ୍ଚଲିଙ୍ଗେଶ୍ୱର ରାଜ୍ୟର ସମସ୍ତ ଶୈବପୀଠରେ ହଜାର ହଜାର କାଉଡ଼ିଆଙ୍କ ଭିଡ଼ ଜମିଛି । ଏଥର ଧବଳେଶ୍ୱର ପୀଠକୁ ବାହୁଙ୍ଗି ମନା ହୋଇଥିବାରୁ  କେବଳ କଳସ ଧରି ଝୁଲାପୋଲ ଦେଇ ମନ୍ଦିର ଭିତରକୁ ଯାଉଛନ୍ତି ଶ୍ରଦ୍ଧାଳୁ । ଧବଳେଶ୍ୱର ପୀଠକୁ ଜଳଲାଗି କରିବାକୁ ଯାଉଥିବା କାଉଡ଼ିଆଙ୍କୁ ଝୁଲା ପୋଲ ପୂର୍ବରୁ ବାହୁଙ୍ଗି ରଖିବାକୁ କୁହାଯାଇଛି। ସେଠାରେ ବାହୁଙ୍ଗି ରଖି ସେମାନେ କଳସ ଓ ଭୋଗ ଧରି ମନ୍ଦିର ଭିତରକୁ ଆସିବେ। ସେଠାରେ ପ୍ରଭୁଙ୍କ ନିକଟରେ ଜଳ ଲାଗି କରିବେ ବୋଲି ଆଠଗଡ଼ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା।

ଶୈବପୀଠକୁ ଆସୁଥିବା  କାଉଡ଼ିଆମାନେ ଶୃଙ୍ଖଳିତ ଭାବେ ଜଳ ଲାଗି କରିବା ସହ ଦର୍ଶନ ସୁରୁଖୁରୁରେ କରିବା ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।