ଆନ୍ଧ୍ରର ପୋଲାଭରମ୍‍ ପ୍ରକଳ୍ପ ପାଇଁ ମାଲକାନଗିରି ଆଦିବାସୀ ଉପେକ୍ଷିତ

ଆନ୍ଧ୍ରର ପୋଲାଭରମ୍‍ ପ୍ରକଳ୍ପ ପାଇଁ ମାଲକାନଗିରି ଆଦିବାସୀ ଉପେକ୍ଷିତ

ଆନ୍ଧ୍ରର ପୋଲାଭରମ୍‍ ପ୍ରକଳ୍ପ ପାଇଁ ମାଲକାନଗିରି ଆଦିବାସୀ ଉପେକ୍ଷିତ
କେନ୍ଦ୍ର ପରିବେଶ ବିଭାଗର ୨ବର୍ଷ ପୁନଶ୍ଚ ଅବଧି ବୃଦ୍ଧିକୁ ନେଇ ବିଧାନସଭାରେ ତାତି ବିଧାନସଭା ଗୃହ କମିଟି ପାଇଁ ଦେବୀ ମିଶ୍ରଙ୍କ ଦାବି ଭୁବନେଶ୍ୱର,୨୮/୬/୨୦୧୯: ଆନ୍ଧ୍ର ପୋଲାଭରମ୍‍ ପ୍ରକଳ୍ପ ନିର୍ମାଣ ଉପରେ ଦିଆଯାଇଥିବା ସ୍ଥଗିତାଦେଶକୁ ନିକଟରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଦେକର ପ୍ରତ୍ୟାହାର କରିନେଇ ପୁନଶ୍ଚ କାର୍ଯ୍ୟ ଆଗେଇ ନେବାକୁ ୨ବର୍ଷ ସମୟ ଦେଇଥିବାରୁ ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର ଶୁକ୍ରବାର ବିଧାନସଭା ଗୃହରେ ଏହାର ତୀବ୍ର ନିନ୍ଦା କରିଛନ୍ତି । ଶୂନ୍ୟକାଳ ଚାଲିଥିବା ବେଳେ ଶ୍ରୀ ମିଶ୍ର ଉକ୍ତ ପ୍ରସଂଗ ଉତ୍ଥାପନ କରି କହିଥିଲେ ଯେ ଆନ୍ଧ୍ରପ୍ରଦେଶ ପ୍ରତି ପକ୍ଷପାତିତା କରି ଓଡ଼ିଶା ମାଲକାନଗିରିର ହଜାର ହଜାର ଆଦିବାସୀ ଓ ସ୍ଥାନୀୟ ଅଧିବାସୀମାନଙ୍କ ସ୍ୱାର୍ଥକୁ ଉପେକ୍ଷା କରାଯାଇଛି । ତୁରନ୍ତ ବିଧାନସଭାରେ ସଂକଳ୍ପ ଅଣାଯାଇ ବିଧାନସଭା କମିଟି ଗଠନ କରି ପଦକ୍ଷେପ ନିଆଯାଉ ବୋଲି ସେ ଦାବି କରିଥିଲେ । ପ୍ରକାଶଥାଉକି, ଗୋଦାବରୀ ଜଳ ବିବାଦ ଟ୍ରିବ୍ୟୁନାଲ୍‍ର ୧୯୮୦ର ନିଷ୍ପତ୍ତି ଓ ଓଡ଼ିଶା-ଆନ୍ଧ୍ର ଚୁକ୍ତିନାମା ଅନୁଯାୟୀ ୩୬ଲକ୍ଷ କ୍ୟୁସେକ୍‍ ବନ୍ୟା ଜଳ ପ୍ରବାହ ଓ ଜଳମଗ୍ନତାକୁ ଦୃଷ୍ଟିରେ ରଖି ନଦୀସ୍ତର ଠାରୁ ୧୫୦ ଫୁଟର ବନ୍ଧ ଉଚ୍ଚତା ଆକଳନ କରାଯାଇଥିଲା ଏବଂ ସାବେରୀ ଓ ଶିଲେରୁ ନଦୀରେ ତା’ର କୁପ୍ରଭାବକୁ ରୋକିବା ପାଇଁ ବନ୍ଧ (ଋଜ୍ଞଭବଳରଜ୍ଞରଦ୍ଭଗ୍ଧ) ନିର୍ମାଣରେ ଏହି କଥା କୁହାଯାଇଥିଲା । କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ୨୦୦୫ରେ ହୋଇଥିବା ବସ୍ତୁତଃ ପ୍ରକଳ୍ପ ରିପୋର୍ଟ (ଊଊଜ)କୁ ୨୦୧୦ରେ ଆନ୍ଧ୍ରପ୍ରଦେଶ ମନମୁଖି ଭାବେ ୫୦ ଲକ୍ଷ କ୍ୟୁସେକ୍‍ ବନ୍ୟାଜଳ ପ୍ରବାହ ମୁକାବିଲା ପାଇଁ ୨୨୦ ଫୁଟ ଉଚ୍ଚତାର ପରିବର୍ଦ୍ଧିତ ଜଳଭଣ୍ଡାର ଅଟକଳ କରି କେନ୍ଦ୍ରୀୟ ଜଳ ଆୟୋଗର ଅନୁମୋଦନ ଓଡ଼ିଶାର ସହମତି ନଥାଇ ନେଇଥିବା ବେଳେ ବେଆଇନ୍‍ ଭାବେ ନିର୍ମାଣ କାର୍ଯ୍ୟ ଚାଲୁ ରଖିଛି । କେନ୍ଦ୍ର ପରିବେଶ ବିଭାଗ, ଆଦିବାସୀ ପୁନର୍ବସତି ବିଭାଗ ଓ ଜଙ୍ଗଲ ବିଭାଗର ସର୍ତ୍ତାବଳୀକୁ ସ୍ପଷ୍ଟ ଉଲ୍ଲଂଘନ ସହ ଓଡ଼ିଶାକୁ ଉପେକ୍ଷା କରି ଏକ ପାଖିଆ ଭାବେ କରି ଚାଲିଥିବା ନିର୍ମାଣ ବନ୍ଦ କରିବା ଲାଗି କେନ୍ଦ୍ର ପରିବେଶ ବିଭାଗ ଜାତୀୟ ପରିବେଶ ଆପାଲେଟ୍‍ ଅଥରିଟିର ରାୟକୁ ନେଇ ଫେବୃଆରୀ ୨୦୧୦ରେ ଏକ ଆଦେଶ ଜାରି କରିଥିଲେ । କିନ୍ତୁ ଉଭୟ ଉପା ଓ ଏନ୍‍ଡିଏ ସରକାର ଆନ୍ଧ୍ରପ୍ରଦେଶକୁ ନିର୍ମାଣ ସୁଯୋଗ ଦେଇ ଚାଲିଛନ୍ତି । ଏ ସଂପର୍କିତ ଓଡ଼ିଶା ଓ ଅନ୍ୟ ରାଜ୍ୟମାନେ କରିଥିବା ମାମଲା ମାନ୍ୟବର ସୁପ୍ରିମକୋର୍ଟଙ୍କ ବିଚାରାଧୀନ ଥିବା ବେଳେ ପୁଣି କେନ୍ଦ୍ର ପରିବେଶ ମନ୍ତ୍ରୀ ପରିବେଶ ଆଇନ୍‍ ଉଲ୍ଲଂଘନକାରୀ ଆନ୍ଧ୍ରପ୍ରଦେଶକୁ ଆଉ ୨ବର୍ଷ ସୁଯୋଗ ଦେବା ନିନ୍ଦନୀୟ ଓ ଏହି ଅବିଚାର ବିରୋଧରେ ବିଧାନାସଭାରେ ଆଲୋଚନା କରାଯାଇ ପ୍ରତିବାଦ କରାଯାଉ ବୋଲି ବିଧାୟକମାନେ ଆଜି ଗୃହରେ ମତ ପ୍ରକାଶ କରିଥିଲେ । ବିଧାୟକ ଶ୍ରୀ ମିଶ୍ର ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ ଯେ ପୋଲାଭରମ୍‍ ସଂପର୍କରେ ୨୦୦୬ ଓ ୨୦୧୮ ମସିହାରେ ସରକାରୀ ମୁଖ୍ୟ ସଚେତକଙ୍କ ଦ୍ୱାରା ଗୃହରେ ଆଗତ ସଂକଳ୍ପ ଅଣ ଆଲୋଚିିତ ହୋଇଥିବାରୁ ସଂପ୍ରତି ନୂତନ ବିଧାନସଭାରେ ନୂତନ ସଂକଳ୍ପ ଅଣାଯାଇ ସର୍ବସମ୍ମତ ଭାବେ ଏହି ପକ୍ଷପାତିତାକୁ ପ୍ରତିବାଦ କରାଯାଉ ଓ ଆବଶ୍ୟକ ପଦକ୍ଷେପ ନିଆଯାଉ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ଶ୍ରୀ ତାରାପ୍ରସାଦ ବାହିନୀପତି, ଅରବିନ୍ଦ ଢାଲି, ପ୍ରଫୁଲ୍ଲ ସାମଲ, ତଥା ବିଧାୟକ ଶ୍ରୀ ସୁବାସ ବେହେରା ପ୍ରମୁଖ ଅଂଶଗ୍ରହଣ କରି ଶ୍ରୀ ମିଶ୍ର ଉତ୍ଥାପନ କରିଥିବା ପ୍ରସଂଗକୁ ସମର୍ଥନ କରିବା ସହ ତୁରନ୍ତ ପଦକ୍ଷେପ ନେବାକୁ ବାଚସ୍ପତିଙ୍କ ପାଖରେ ଦାବି କରିଥିଲେ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ ପ୍ରତ୍ୟାହାର ପାଇଁ ଦାବି କରିଥିଲେ ।