ଆମେରିକାରେ 24 ଘଣ୍ଟା ମଧ୍ୟରେ 2700ରୁ ଉର୍ଦ୍ଧ୍ବଙ୍କର ଜୀବନ ନେଇଛି କରୋନା।

ଆମେରିକାରେ 24 ଘଣ୍ଟା ମଧ୍ୟରେ 2700ରୁ ଉର୍ଦ୍ଧ୍ବଙ୍କର ଜୀବନ ନେଇଛି କରୋନା।

ଆମେରିକାରେ 24 ଘଣ୍ଟା ମଧ୍ୟରେ 2700ରୁ ଉର୍ଦ୍ଧ୍ବଙ୍କର ଜୀବନ ନେଇଛି କରୋନା।
ସାରା ବିଶ୍ୱରେ କରୋନା ମୃତ୍ୟୁର ତାଣ୍ଡବ ରଚି ଚାଲିଛି। ଆମେରିକା, ସ୍ପେନ୍‌, ବ୍ରିଟେନ୍‌ ଫ୍ରାନ୍ସ ପରି ବହୁ ବିତ୍ତଶାଳୀ ରାଷ୍ଟ୍ରରେ ଏବେ କରୋନା ଭୟାନକ ରୂପ ନେଲାଣି । ଗତକାଲି 24 ଘଣ୍ଟା ମଧ୍ୟରେ ଆମେରିକାରେ କରୋନା ଯୋଗୁଁ 2700ରୁ ଉର୍ଦ୍ଧ୍ବଙ୍କର ଜୀବନ ଯାଇଛି। ଆମେରିକାରେ ସର୍ବମୋଟ ମୃତକଙ୍କ ସଂଖ୍ୟା 45 ହଜାର ପାର୍‌ କରିସାରିଲାଣି। ସେହିପରି ଆମେରିକାରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 824,147ରେ ପହଞ୍ଚିଛି। ଆମେରିକାରେ ଏଯାବତ୍‌ 41 ଲକ୍ଷରୁ ଅଧିକ କରୋନା ଟେଷ୍ଟ କରାଯାଇଛି। ଆମେରିକାର ନ୍ୟୁୟର୍କରେ କରୋନା ଯୋଗୁଁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେଠାରେ ପ୍ରାୟ 15 ହଜାର ଲୋକଙ୍କର ମୃତ୍ୟୁ ହୋଇଛି। କରୋନା ଯୋଗୁଁ ବିଶ୍ବରେ 25 ଲକ୍ଷ ଅଧିକ ଆକ୍ରାନ୍ତ ହୋଇଥିବାବେଳେ ଏକ ଲକ୍ଷ 77 ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ବରଣ କରିଛନ୍ତି । ସେହିପରି 6,94, 881ଜଣ ସୁସ୍ଥ ହୋଇଛନ୍ତି।