ଆଲିବାଗ ନିକଟରେ ଲ୍ୟାଣ୍ଡଫଲ କଲା ‘ନିସର୍ଗ’

ଆଲିବାଗ ନିକଟରେ ଲ୍ୟାଣ୍ଡଫଲ କଲା ‘ନିସର୍ଗ’

ଆଲିବାଗ ନିକଟରେ ଲ୍ୟାଣ୍ଡଫଲ କଲା ‘ନିସର୍ଗ’
ଆରବ ସାଗରରେ ସୃଷ୍ଟ ବାତ୍ୟା ‘ନିସର୍ଗ’ ଲ୍ୟାଣ୍ଡଫଲ କରିଛି । ମହାରାଷ୍ଟ୍ରର ଆଲିବାଗ ନିକଟରେ ଲ୍ୟାଣ୍ଡଫଲ କରିଛି । ଏନେଇ ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ, ଏବେ ସ୍ଥଳଭାଗକୁ ବାତ୍ୟାର ଆଖି ପ୍ରବେଶ କରିସାରିଛି । ଆଉ ୧ ଘଣ୍ଟା ମଧ୍ୟରେ ବାତ୍ୟା ସମ୍ପୂର୍ଣ୍ଣଭାବେ ସ୍ଥଳଭାଗକୁ ଆସିଯିବ । ଏବେ ସେଠାରେ ୧୦୦ରୁ ୧୨୦ କିମି ବେଗରେ ପବନ ବହୁଛି । ନିସର୍ଗ ପ୍ରଭାବରେ ରାୟଗଡ଼ ଜିଲ୍ଲା ବେଶୀ କ୍ଷତିଗ୍ରସ୍ତ ହେବ । ରାୟଗଡ଼, ଥାନେ ଓ ମୁମ୍ବାଇରେ ବେଶୀ ପ୍ରଭାବ ପଡ଼ିବ । ୩ ଘଣ୍ଟା ପରେ ପବନର ବେଗ କମିବ । ତେବେ ବର୍ଷା ରାତି ଯାଏ ଚାଲିବ ବୋଲି ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ପ୍ରକାଶ ଯେ, ଲ୍ୟାଣ୍ଡଫଲ୍ କରିବା ପରେ ଏହା ଉତ୍ତର-ଉତ୍ତରପୂର୍ବ ମୁହାଁ ହୋଇ ଉତ୍ତର ମହାରାଷ୍ଟ୍ର ଏବଂ ଦକ୍ଷିଣ ଗୁଜରାଟ ଉପକୂଳ ମଧ୍ୟ ଦେଇ ହରିହରେଶ୍ବର ଏବଂ ଦାମନ ଅତିକ୍ରମ କରିବ। ବାତ୍ୟା ମୁକାବିଲା ପାଇଁ ମହାରାଷ୍ଟ୍ର ଓ ଗୁଜରାଟ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି । ଉଭୟ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ରେଡ୍ ଆଲର୍ଟ ଜାରି କରାଯାଇଛି । ପ୍ରଭାବିତ ହେବାକୁ ଥିବା ଦୁଇ ରାଜ୍ୟର ଉପକୂଳ ବର୍ତ୍ତି ଜିଲ୍ଲାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଗୁଜରାଟର ବିଭିନ୍ନ ସମୁଦ୍ର ଉପକୁଳବର୍ତ୍ତି ଜିଲ୍ଲାରୁ ୮୦ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସାଉଥ ମୁମ୍ବାଇ, ନଭି ମୁମ୍ବାଇ ଗୁଜରାଟର ବିଭିନ୍ନ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ବାତ୍ୟା ନିସର୍ଗକୁ ନେଇ ଏନଡିଆରଏଫ ଟିମ୍ ସମ୍ପୁର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି । ମୁମ୍ବାଇ ସମେତ ପୁରା ମହାରାଷ୍ଟ୍ର ବାତ୍ୟା ନିସର୍ଗ ସହ ମୁକାବିଲା କରିବା ପାଇଁ ପୁରା ପ୍ରସ୍ତୁତ ରହିଛି । ବାତ୍ୟା ସମୟରେ ସହାୟତା ଓ ଉଦ୍ଧାର କାର୍ୟ୍ୟ ପାଇଁ ଏନଡିଆରଏଫ ପୁରା ମହାରାଷ୍ଟ୍ରରେ ୨୦ ଟି ଟିମ୍‌କୁ ମୁତୟନ କରିଛି । ମୁମ୍ବାଇରେ ୮ଟି ଟିମ୍‌, ରାୟଗଡରେ ୫ଟି ଟିମ୍‌, ପାଲଘରରେ ୨ଟି ଟିମ୍‌, ଠାଣେରେ ୨ଟି ଟିମ୍‌ ମୁତୟନ ଅଛନ୍ତି ।