ଓଲଟିଲା ବରଯାତ୍ରୀ ଗାଡି, ୨ ମୃତ, ୨୦ ଆହତ ।

ଓଲଟିଲା ବରଯାତ୍ରୀ ଗାଡି, ୨ ମୃତ, ୨୦ ଆହତ ।

ଓଲଟିଲା ବରଯାତ୍ରୀ ଗାଡି, ୨ ମୃତ, ୨୦ ଆହତ ।
ଘାଟିରେ ଏକ ବରଯାତ୍ରୀ ଗାଡ଼ି ଓଲଟି ୨ ଜଣଙ୍କ ମୃତୁ୍ୟ ହୋଇଥିବାବେଳେ ୨୦ ଜଣ ଆହତ ହୋଇଥିବା ଜଣାଯାଇଛି । କରୋନା ଲକଡାଉନ ସମୟରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ବିଂଶିପୁର ଥାନା ଗୁରୁମାଈଗୁଡ଼ା ଘାଟିରେ ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଓଲଟି ପଡ଼ିଛି । ଉକ୍ତ ଭ୍ୟାନଟି ବରଯାତ୍ରୀଙ୍କୁ ନେଇ କୋରାପୁଟ ଜିଲ୍ଲା ବୋରିଗୁମ୍ମାରୁ ନବରଙ୍ଗପୁର ଯାଉଥିବାବେଳେ ଗୁରୁମାଈଗୁଡ଼ା ଘାଟିରେ ଓଲଟି ପଡ଼ିଥିଲା । ଫଳରେ ୨ ଜଣଙ୍କ ମୃତୁ୍ୟ ହୋଇଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି । ଅନ୍ୟ ୧୬ ଜଣ ଆହତଙ୍କୁ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।