ଆରମ୍ଭ ହେବ କରୋନା ଭାଇରସର ଜେନେଟିକ୍ ଷ୍ଟଡି ।

ଆରମ୍ଭ ହେବ କରୋନା ଭାଇରସର ଜେନେଟିକ୍ ଷ୍ଟଡି ।

ଆରମ୍ଭ ହେବ କରୋନା ଭାଇରସର ଜେନେଟିକ୍ ଷ୍ଟଡି ।
ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ସାରା ଓଡ଼ିଶାକୁ କବବିତ କରିବା ପାଇଁ ଉଦ୍ୟମ ଚଳାଇଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାର ଗତିରେ ଓଡ଼ିଶା ଫେରନ୍ତା ପ୍ରବାସୀମାନେ ସାମିଲ ହେବା ପଳରେ ନିଆଁରେ ଘିଅ ଢାଳିବା ସଦୃଶ ମହାମାରୀ ବ୍ୟାପିରେ ଲାଗିଛି । ପ୍ରବାସୀମାନେ ଏବେ କରୋନା ଭୂତାଣୁକୁ ସାଙ୍ଗରେ ଆଣି ଆସିଥିବାରୁ ସେମାନଙ୍କୁ କିଭଳି ଠିକଣା ସମୟରେ ଚିହ୍ନଟ କରାଯିବ ଓ ସଙ୍ଗରୋଧରେ ଶୃଙ୍ଖଳିତଭାବେ ରଖାଯିବ ତାହା ରାଜ୍ୟ ସରକାରଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି । ତେବେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା କରୋନା ଭାଇରସର ଜେନେଟିକ ଷ୍ଟଡି ଆରମ୍ଭ ହୋଇଛି । ୪୫ କରୋନା ରୋଗୀଙ୍କ ସାମ୍ପଲ ନେଇ ଜେନେଟିକ ଷ୍ଟଡି ଆରମ୍ଭ ହୋଇଛି । ଇନଷ୍ଟିଚୁ୍ୟଟ ଅଫ ଲାଇଫ ସାଇନ୍ସରେ ପରୀକ୍ଷା ଆରମ୍ଭ ହୋଇଛି । ଏନେଇ ଭୁବନେଶ୍ୱର ଆଇଏଲଏସ ନିଦେ୍ର୍ଧଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ୨୦୦ ସାମ୍ପଲ ପରୀକ୍ଷା ହେବ । ୨ ସପ୍ତାହରେ ରିପୋର୍ଟ ଆସିବ । ଭାଇରସ କେଉଁଠୁ ଆସିଛି ଓ କେଉଁ କାଟେଗୋରୀର ଜଣାପଡ଼ିବ । ତେବେ ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ହୋଇନଥିବା ଶ୍ରୀ ପରିଡ଼ା ସୂଚନା ଦେଇଛନ୍ତି । କ୍ୱାରେଣ୍ଟାଇନ ସଂସ୍ପର୍ଶରେ ଆସି ଲୋକାଲ ସଂକ୍ରମଣ ହୋଇଛି । ସଂକ୍ରମଣ ବଢିବା ଉପରେ ମୌସୁମୀର କୌଣସି ପ୍ରଭାବ ନାହିଁ ବୋଲି ସେ କହିଛନ୍ତି ।