କରୋନା ଯୋଗୁଁ ରାଜ୍ୟ ସରକାର ଜନସାଧାରଣଙ୍କୁ ଏହି ଆହ୍ୱାନ ଦେଲେ, ଜାଣନ୍ତୁ

କରୋନା ଯୋଗୁଁ ରାଜ୍ୟ ସରକାର ଜନସାଧାରଣଙ୍କୁ ଏହି ଆହ୍ୱାନ ଦେଲେ, ଜାଣନ୍ତୁ

କରୋନା ଯୋଗୁଁ ରାଜ୍ୟ ସରକାର ଜନସାଧାରଣଙ୍କୁ ଏହି ଆହ୍ୱାନ ଦେଲେ, ଜାଣନ୍ତୁ
ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କର ଚିହ୍ନଟ, ପରୀକ୍ଷା ଓ ସ୍ୱ-ଗୃହରେ ପୃଥକ ବାସ ଆଦି କାମରେ ସରପଂଚ, ୱାର୍ଡ ମେମ୍ବର, ଜନପ୍ରତିନିଧି ଏବଂ ସ୍ୱୋଚ୍ଛାସେବୀମାନଙ୍କୁ ସକ୍ରିୟ ଭାବେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ରାଜ୍ୟ ସରକାର । ସଂଭାବ୍ୟ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ସଂକ୍ରମଣ ରୋକିବା ପାଇଁ ଉଭୟ ଗ୍ରାମ ଓ ସହରାଂଚଳରେ କୋଭିଡ୍ ନିୟମ ପ୍ରବର୍ତନ କାର୍ଯ୍ୟକ୍ରମକୁ ବ୍ୟାପକ ଓ ସଘନ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଜିଲ୍ଲାପାଳ ଓ ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକସଭା ଭବନରୁ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ଜିଲ୍ଲାର ସ୍ଥିତି ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।ପ୍ରତି ଗାଁ ଓ ସହରରେ ମାଇକ୍ ମାଧ୍ୟମରେ ପ୍ରଚାର ସହ ସଚେତନା କାର୍ଯ୍ୟକ୍ରମ ଜାରି ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ନିୟମ ଉଂଲଘନକାରୀମାନଙ୍କଠାରୁ ଜୋରିମାନା ଆଦାୟ ଆରମ୍ଭ କରିବାକୁ କୁହାଯାଇଛି । କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଆଦି ରାଜ୍ୟରେ ଦେଖା ଦେଇଥିବା ୨ୟ ପର୍ଯ୍ୟାୟ ଭୁତାଣୁ ଅଧିକ କ୍ଷତିକାରକ ବୋଲି ଶାସନ ସଚିବ ସମସ୍ତଙ୍କୁ ସତର୍କ କରିଛନ୍ତି । ସଂକ୍ରମଣ ରୋକିବା ପାଇଁ ଅଧିକ ଦକ୍ଷତା ସହ ଟିମ୍ ମନୋଭାବ ରଖି କାର୍ଯ୍ୟ କରିବା ପାଇଁ ଶାସନ ସଚିବ ଜିଲ୍ଲାପାଳ, ସରପଂଚ, ୱାର୍ଡମେମ୍ବର ଏବଂ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମୀକ୍ଷାରେ ଯୋଗଦେଇ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ସରପଂଚ ଓ ୱାର୍ଡ ମେମ୍ବର ମାନଙ୍କର ବୈଠକ ଡାକି କୋଭିଡ୍ ସଂକ୍ରମଣ, ନିରାକରଣ, ସଂକ୍ରମିତ ଲୋକମାନଙ୍କର ଚିହ୍ନଟ, ସ୍ୱ-ଗୃହରେ ପୃଥକବାସ ଓ ଚିକିତ୍ସା ଆଦି ବିଷୟରେ ସବିଶେଷ ଆଲୋଚନା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଦେଓ ରଂଜନ ସିଂଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ସାମିଲ ହୋଇଥିଲେ ।