୮ରେ ବିଜେପିର ଡିଜିଟାଲ ରାଲି

୮ରେ ବିଜେପିର ଡିଜିଟାଲ ରାଲି

୮ରେ ବିଜେପିର ଡିଜିଟାଲ ରାଲି
ଆସନ୍ତା ୮ ତାରିଖ ଅପରାହ୍ନ ୩.୩୦ରେ ବିଜେପି ପକ୍ଷରୁ ଡିଜିଟାଲ ରାଲି ଅନୁଷ୍ଠିତ ହେବ । ମୋଦି ସରକାରଙ୍କ ବର୍ଷପୂର୍ତ୍ତି ସଫଳତା ନେଇ ଏହି ଡିଜିଟାଲ ରାଲି ଅନୁଷ୍ଠିତ ହେବ । ଏହି ରାଲିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶାବାସୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏହାଛଡ଼ା ପଶ୍ଚିମବଙ୍ଗ ଓ ବିହାର ଲୋକଙ୍କୁ ମଧ୍ୟ ଅମିତ ଶାହା ସମ୍ବୋଧନ କରିବେ । ଏହି ଡିଜିଟାଲ ରାଲିଲେ ଲକ୍ଷାଧିକ ଲୋକଙ୍କୁ ସାମିଲ କରାଯିବାର ଯୋଜନା ରହିଛି । ଏନେଇ ବୁଧବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି ।