ମୋବାଇଲ ଲାଇଟରେ ହେଉଛି ଚିକିତ୍ସା ।

ମୋବାଇଲ ଲାଇଟରେ ହେଉଛି ଚିକିତ୍ସା ।

ମୋବାଇଲ ଲାଇଟରେ ହେଉଛି ଚିକିତ୍ସା ।
ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତେବେ ଏହା ସତ୍ତ୍ୱେ ବି ଡାକ୍ତରଖାନାରେ ମୋବାଇଲ ଲାଇଟରେ ଚିକିତ୍ସା କରାଯିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ମେଡିକାଲରେ ଏହି ଘଟଣା ଘଟିଛି । ଏଠାରେ ମୋବାଇଲ ଲାଇଟରେ ଜଣେ ଦୁର୍ଘଟଣାରେ ଆହତଙ୍କ ଷ୍ଟିଚ ପଡ଼ିଛି । ପ୍ରକାଶ ଯେ, ଗତକାଲି ରାତିରେ ଜଣେ ଯୁବକ ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଥିଲେ । ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ମେଡିକାଲକୁ ଅଣାଯାଇଥିଲା । ତେବେ ଡାକ୍ତରଖାନାରେ ଲାଇନ ଥିଲେ ବି ଡ୍ରେସିଂ ରୁମ ଅନ୍ଧାର ଥିଲା । ଡ୍ରେସିଂ ରୁମର ସବୁ ଲାଇଟ ଫୁ୍ୟଜ ଥିବରୁ ପୁରା ଅନ୍ଧାର ରହିଥିଲା । ଫଳରେ ବାଧ୍ୟ ହୋଇ ଆଟେଣ୍ଡାଣ୍ଟ ମୋବାଇଲ ଟର୍ଚ୍ଚରେ ଷ୍ଟିଚ ପକାଇଥିଲେ ।