ଆହୁରି ଶସ୍ତା ହେଲା ପେଟ୍ରୋଲ, ଡିଜେଲ

ଆହୁରି ଶସ୍ତା ହେଲା ପେଟ୍ରୋଲ, ଡିଜେଲ

ଆହୁରି ଶସ୍ତା ହେଲା ପେଟ୍ରୋଲ, ଡିଜେଲ
ଭୁବନେଶ୍ୱର: କ୍ରମାଗତ ଭାବେ ଦ୍ୱିତୀୟ ଦିନ ପାଇଁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି । ବୁଧବାର ତୁଳନାରେ ଗୁରୁବାର ଭୁବନେଶ୍ୱରରେ ଲିଟର ପିଛା ପେଟ୍ରୋଲ ଦର ୨୧ ପଇସା ଏବଂ ଡିଜେଲ ଦର ୨୨ ପଇସା ଖସିଛି । ସେହିଭଳି ଦୁଇ ଦିନରେ ପେଟ୍ରୋଲ ଏବଂ ଡିଜେଲ ଦର ଯଥାକ୍ରମେ ୩୯ ଏବଂ ୪୧ ପଇସା ହ୍ରାସ ପାଇ ଲିଟର ପିଛା ଯଥାକ୍ରମେ ୯୧ ଟଙ୍କା ୫୧ ପଇସା ଏବଂ ୮୮ ଟଙ୍କା ୭୯ ପଇସାକୁ ହ୍ରାସ ପାଇଛି । ଗତବର୍ଷ ମାର୍ଚ୍ଚ ୧୬ ତାରିଖରେ ତେଲ ଦର କମିଥିଲା । ଏହା ପରେ ଦେଶରେ ତେଲ ଦର ବୃଦ୍ଧି ପାଇଥିଲା କିମ୍ବା ସ୍ଥିର ରହିଥିଲା । ପ୍ରଥମ ଥର ପାଇଁ ଦର ହ୍ରାସ ଘଟିଥିବା ବେଳେ ଦ୍ୱିତୀୟ ଥର ପାଇଁ କମିଛି । ମିଳିଥିବା ସୂଚନା ଅନୁସାରେ ଗତ ବର୍ଷ ମାଚ୍ଚ ମାର୍ଚ୍ଚରେ ସରକାର ତେଲ ଉପରେ ଉପôାଦ ଶୁଳ୍କ ବୃଦ୍ଧି କରିଥିଲେ । ସେବେଠାରୁ ଆଜି ସୁଦ୍ଧା ପେଟ୍ରୋଲ ଓ ଡିଜେଲ ଦର ପିଛା ଯଥାକ୍ରମେ ୨୧ ଟଙ୍କା ୫୮ ପଇସା ଏବଂ ୧୯ ଟଙ୍କା ୧୮ ପଇସା ବୃଦ୍ଧି ପାଇଛି ।