ଇଂଲଣ୍ଡ ବିଶ୍ୱ ଚାମ୍ପିଅନ

ଇଂଲଣ୍ଡ ବିଶ୍ୱ ଚାମ୍ପିଅନ

ଇଂଲଣ୍ଡ ବିଶ୍ୱ ଚାମ୍ପିଅନ
ଲର୍ଡ଼ସ: ରୋମାଞ୍ଚକର ମ୍ୟାଚରେ ଶେଷ ହୋଇଛି ବିଶ୍ବକପ୍ ୨୦୧୯। ପ୍ରଥମ ଥର ପାଇଁ ବିଶ୍ୱକପ୍ ହାତେଇଛି ଇଂଲଣ୍ଡ । ଆଉ ଏହାସହ ଇଂଲଣ୍ଡର ଦୀର୍ଘ ବର୍ଷ ପ୍ରତୀକ୍ଷାର ମଧ୍ୟ ଅନ୍ତ ଘଟିଛି । ସୁପର ଓଭରରେ ମ୍ୟାଚ୍ ଟାଇ ହେବା ପରେ ଅଧିକ ବାଉଣ୍ଡରି ପାଇଁ ଇଂଲଣ୍ଡକୁ ବିଶ୍ୱବିଜେତା ଘୋଷଣା କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଘରୋଇ ଇଂଲଣ୍ଡ ଦଳ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱକପ ଫାଇନାଲ ଖେଳାଯାଇଥିଲା। ନ୍ୟୁଜିଲାଣ୍ଡ ଅଧିନାୟକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାରେ ନିଷ୍ପତି ନେଇଥିଲେ। ନ୍ୟୁଜଲାଣ୍ଡ ନିର୍ଦ୍ଧାରିତ ଓଭରରେ ୮ଟି ୱିକେଟ ହରାଇ ୨୪୧ ରନ ସଂଗ୍ରହ କରି ଇଂଲଣ୍ଡକୁ ୨୪୨ରନର ଲକ୍ଷ୍ୟ ପ୍ରଦାନ କରିଥିଲା । ଏହା ଏକ ଛୋଟ ଲକ୍ଷ୍ୟ ଥିଲା ତଥାପି ଇଂଲଣ୍ଡ ଦଳ ଏହି ମ୍ୟାଚକୁ ଜିତିବା ପାଇଁ ସଂପୂର୍ଣ୍ଣ ଶକ୍ତି ଲଗାଇଥିଲା। ନ୍ୟୁଜିଲାଣ୍ଡ ଦଳର ଆକ୍ରମକ ବୋଲିଂ ଆଗରେ ଇଂଲଣ୍ଡ ଦଳ ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ ହରାଇ ୨୪୧ରନ ସଂଗ୍ରହ କରିବାରେ ସକ୍ଷମ ହୋଇପାରିଥିଲା। ଉଭୟ ଦଳ ସମାନ ସଂଖ୍ୟକ ରନ କରିଥିବାରୁ ଆଇସିସି ନିୟମ ଅନୁଯାୟୀ ମ୍ୟାଚଟି ପୁନର୍ବାର ସୁପର ଓଭର ମାଧ୍ୟମରେ ଖେଳାଯାଇଥିଲା। ଏହି ସୁପର ଓଭର ବିଶିଷ୍ଟ ମ୍ୟାଚରେ ଇଂଲଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ୧୫ ରନ କରିଥିଲା। ନ୍ୟୁଜିଲାଣ୍ଡ ୧୬ ରନ ଲକ୍ଷ୍ୟକୁ ପୂରଣ କରିବା ପାଇଁ ବ୍ୟାଟିଂ କରି ପୁନର୍ବାର ସମାନ ସଂଖ୍ୟକ ରନ କରିଥିଲା। ନିୟମ ଅନୁଯାୟୀ ଯେଉଁ ଦଳ ଅଧିକ ବାଉଣ୍ଡରୀ ମାଧ୍ୟମରେ ରନ କରିଥିବ ସେହି ଦଳ ହିଁ ବିଜେତା ଘୋଷିତ ହେବ। ଇଂଲଣ୍ଡ ଦଳ ନ୍ୟୁଜଲାଣ୍ଡ ଅପେକ୍ଷା ଅଧିକା ରନ ବାଉଣ୍ଡରୀ ମାଧ୍ୟମରେ କରିଥିବାରୁ ପରିଶେଷରେ ଇଂଲଣ୍ଡକୁ ବିଶ୍ଵ ବିଜେତା ରୂପେ ଘୋଷଣା କରଯାଇଛି ।