ଇଣ୍ଡିଆ ଓପନ ବକ୍ସିଂ ସେମିରେ ଶିବ ଥାପ୍ପା, ଅମିତ

ଇଣ୍ଡିଆ ଓପନ ବକ୍ସିଂ ସେମିରେ ଶିବ ଥାପ୍ପା, ଅମିତ

ଇଣ୍ଡିଆ ଓପନ ବକ୍ସିଂ ସେମିରେ ଶିବ ଥାପ୍ପା, ଅମିତ
ଗୁଆହାଟୀ : ଏଠାରେ ଆୟୋଜିତ ଇଣ୍ଡିଆନ ଓପନ ବକ୍ସିଂ ଟୁର୍ଣ୍ଣାମେଂଟର ସେମିଫାଇନାଲକୁ ପ୍ରବେଶ କରିଛନ୍ତି ଶିବ ଥାପ୍ପା ଅମିତ ପାନଗଲା । ଏମାନଙ୍କ ବ୍ୟତୀତ ଆଉ ୫ ଜଣ ଭାରତୀୟ ବକ୍ସର ମଧ୍ୟ ବିଭିନ୍ନ ଓଜନ ବର୍ଗରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ୬୦ କେଜି ବିଭାଗରେ ବିଶ୍ୱ ଚମ୍ପିଆନସିପରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଶିବ ଇଣ୍ଡିଆ ଓପନର କ୍ୱାର୍ଟର ଫାଇନାଲରେ ମରିସସର ହେଲେନେ ଦାମିଏନଙ୍କୁ ୫-୦ ପରାସ୍ତ କରିଥିଲେ । ସେମିଫାଇନାଲରେ ଶିବଙ୍କ ମୁକାବିଲା ପୋଲାଣ୍ଡର କ୍ରିଷ୍ଟିଆନ ଜେପାନସ୍କିଙ୍କ ସହ ହେବ । ସେହିପରି ୫୨ କେଜି ବିଭାଗରେ ଅମିତ ପାନଗଲ ଥାଇଲାଣ୍ଡର ଚାକାପୋଙ୍ଗଙ୍କୁ ସିଧାସଳଖ୫-୦ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ । ସେମିଫାଇନଲରେ ଅମିତଙ୍କ ମୁକାବିଲା ଅନ୍ୟତମ ଭାରତୀୟ ବକ୍ସର ପିଏଲ ପ୍ରସାଦଙ୍କ ସହ ହେବ । ଏହି ବିଭାଗର ଦ୍ୱିତୀୟ ସେମିଫାଇନାଲ ଭାରତୀୟ ବକ୍ସର ସଚିନ ସିୱାଚ ଓ ଗୌରବ ମେସାଲାଙ୍କିଙ୍କ ମଧ୍ୟରେ ହେବ । ସଚିନ ଫିଲିପାଇନସର ରୋଜେନ ଲାଡୋନଙ୍କୁ ୪-୧ ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ । ଅନ୍ୟପକ୍ଷରେ ଗୌରବ ସୋଲାଙ୍କି ମରିସସର ଲୁଇସ ଫ୍ଳେୁଉରଟଙ୍କୁ ୫-୦ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ । ୬୦ କେଜି ବିଭାଗରେ ଅନ୍ୟ ଦୁଇ ଭାରତୀୟ ବକ୍ସର ଅଙ୍କିତ ଓ ମନୀଷ ସେମିଫାଇନାଲରେ ପ୍ରବେଶ କରିଛନ୍ତି ।