ଇଶାନ କିଶନଙ୍କ ଅର୍ଦ୍ଧଶତକ : ଦିଲ୍ଲୀକୁ ୯ ୱିକେଟରେ ହରାଇଲା ମୁମ୍ବାଇ

ଇଶାନ କିଶନଙ୍କ ଅର୍ଦ୍ଧଶତକ : ଦିଲ୍ଲୀକୁ ୯ ୱିକେଟରେ ହରାଇଲା ମୁମ୍ବାଇ

ଇଶାନ କିଶନଙ୍କ ଅର୍ଦ୍ଧଶତକ : ଦିଲ୍ଲୀକୁ ୯ ୱିକେଟରେ ହରାଇଲା ମୁମ୍ବାଇ
ଦୁବାଇ : ଦୁବାଇରେ ଅନୁଷ୍ଠିତ ଆଇପିଏଲର ୫୧ ତମ ମୁକାବିଲାରେ ସହଜ ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଦ୍ରୁତ ବୋଲରଙ୍କ ସଫଳତା ଏବଂ ଇଶାନ କିଶନଙ୍କ ଅର୍ଦ୍ଧଶତକ ବଳରେ ମ୍ୟାଚକୁ ୯ ୱିକେଟରେ ଜିତି ନେଇଛି ମୁମ୍ବାଇ । ଇଶାନ କିଶନ ୪୭ ବଲକର ସମ୍ମୁଖୀନ ହୋଇ ୭୨ ରନ ସଂଗ୍ରହ କରିଥିଲେ । ଏହି ଇନିଂସରେ ୮ଟି ଚୌକା ଏବଂ ୩ଟି ଛକ୍କା ସାମିଲ ଥିଲା । ମୁମ୍ବାଇ ଅଧିନାୟକ ପୋଲାର୍ଡ ଟସ ଜିତି ବୋଲିଂ କରିଥିବା ବେଳେ ନିର୍ଦ୍ଧାରିତ ଓଭରରେ କ୍ୟାପିଟାଲ୍ସ ମାତ୍ର ୧୧୦ ରନରେ ସଂଗ୍ରହ କରିଥିଲା । ମୁମ୍ବାଇ ପକ୍ଷରୁ ବୁମରା ଏବଂ ବୋଲ୍ଟ ଯଥାକ୍ରମେ ୧୭ ଏବଂ ୨୧ ରନ ବିନିମୟରେ ୩ଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନାଥାନ କୋଲ୍ଟର ନାଇଲ ଏବଂ ରାହୁଲ ଚହର ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଏହି ମ୍ୟାଚ ସହିତ ମୁମ୍ବାଇ ପଏଣ୍ଟ ଟେବୁଲର ଶୀର୍ଷ ୨ ସ୍ଥାନରେ ରହିବା ସ୍ପଷ୍ଟ କରିଥିବା ବେଳେ ଦିଲ୍ଲୀର ପ୍ଲେ ଅଫ୍ ଆଶା ଉପରେ ସଙ୍କଟ ଦେଖାଦେଇଛି ।