ଏହି ସବୁ ରୋଗ ଥିଲେ ନେବେ କରୋନା ଟିକା

ଏହି ସବୁ ରୋଗ ଥିଲେ ନେବେ କରୋନା ଟିକା

ଏହି ସବୁ ରୋଗ ଥିଲେ ନେବେ କରୋନା ଟିକା
ଭୁବନେଶ୍ୱର: ୬୦ ବର୍ଷରୁ ଅଧିକ ବୟସ୍କ ସାଧାରଣର ବ୍ୟକ୍ତି ଏବଂ ବହୁବିଧ ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ଓ ୬୦ ବର୍ଷରୁ କମ ବୟସ୍କ ବ୍ୟକ୍ତିମାନଙ୍କ ଲାଗି ଆଜି ଠାରୁ ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଛି । ୬୦ ବର୍ଷରୁ ଅଧିକ ବୟସ୍କ ସାଧାରଣ ବ୍ୟକ୍ତି ପରିଚୟପତ୍ର ଦେଖାଇ ଟିକା ନେଉଛନ୍ତି । କିନ୍ତୁ ୪୫ ବର୍ଷରୁ ଅଧିକ ଓ ୬୦ ବର୍ଷରୁ କମ ବୟସର ଲୋକେ ଯେଉଁମାନେ କି ବହୁବିଧ ରୋଗରେ ପୀଡ଼ିତ ସେମାନେ ଡାକ୍ତରୀ ପ୍ରମାଣପତ୍ର ଦେଖାଇବା ପରେ ସେମାନଙ୍କୁ ଟିକା ପ୍ରଦାନ କରାଯାଉଛି । ତେବେ କେଉଁ ରୋଗ ଥିଲେ ନେବେ କରୋନା ଟିକା ଆସନ୍ତୁ ଜାଣିବା – ୪୫ରୁ ୫୯ ବର୍ଷର ବ୍ୟକ୍ତିଙ୍କ ଜଟିଳ ରୋଗ ଥିଲେ ନେବେ କରୋନା ଟିକା – ୨୦ଟି ରୋଗର ତାଲିକା ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ – ଡାଇବେଟିସ ଓ ହାଇପରଟେନସନ ରୋଗ ଥିଲେ ନେବେ ଟିକା – ଲ୍ୟୁକୋମିଆ ବୋନ ମାରୋ ରୋଗ ଥିଲେ ନେଇପାରିବେ ଟିକା – କ୍ୟାନସର ଓ ଏଚଆଇଭି ପଜିଟିଭ ଥିଲେ ନେବେ କରୋନା ଟିକା – କିଡନୀ ଓ ଲିଭର ଜନିତ ଏକାଧିକ ରୋଗ ମଧ୍ୟ ତାଲିକାରେ ରହିଛି