ଓଡ଼ିଶା ୬ ଘଣ୍ଟା ବନ୍ଦ

ଓଡ଼ିଶା ୬ ଘଣ୍ଟା ବନ୍ଦ

ଓଡ଼ିଶା ୬ ଘଣ୍ଟା ବନ୍ଦ
ଭୁବନେଶ୍ୱର: ଆଜି ତୈଳ ଓ ଗ୍ୟାସ ଦର ବୃଦ୍ଧି ସମେତ ବିଭିନ୍ନ ଦାବିକୁ ନେଇ ସାରା ରାଜ୍ୟରେ କଂଗ୍ରେସ ବନ୍ଦ ପାଳନ ହେଉଛି । ଏହି ବନ୍ଦ ପାଳନ ସକାଳ ସକାଳ ୭ଟାରୁ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମୋଟ ୬ ଘଣ୍ଟା ଜାରି ରହିବ । ଏନେଇ ବିଭିନ୍ନ ସହରରେ କଂଗ୍ରେସ କର୍ମୀ ରାସ୍ତା ଓ ରେଳରୋକ କରିଛନ୍ତି । ରାଜଧାନୀର ବିଭିନ୍ନ ସ୍ଥାନରେ ମଧ୍ୟ କଂଗ୍ରେସ କର୍ମୀ ପିକେଟିଂ କରିଛନ୍ତି । ଭୁବନେଶ୍ୱର ଏଜି ଛକରେ କୌଣସି ଗାଡ଼ିକୁ ଆନେ୍ଦାଳନକାରୀ ଛାଡ଼ୁନାହାନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ଓହ୍ଲାଇ ଯାତ୍ରୀମାନେ ଘରକୁ ଯାଇପାରୁନାହାନ୍ତି । ସମ୍ବଲପୁରରେ କଂଗ୍ରେସ କର୍ମୀଙ୍କ ବିରୋଧ ଯୋଗୁଁ ବିଚାରପତି କଚେରୀ ଛକରୁ ଫେରି ଯାଇଛନ୍ତି । ତେବେ ଏହି ବନ୍ଦରୁ ଅତ୍ୟାବଶ୍ୟକୀୟ ସେବାକୁ ବାଦ ଦିଆଯାଇଛି ।