କଂଗ୍ରେସ ଆପଣାଇବ ବିଜେଡି ତରିକା

କଂଗ୍ରେସ ଆପଣାଇବ ବିଜେଡି ତରିକା

କଂଗ୍ରେସ ଆପଣାଇବ ବିଜେଡି ତରିକା
୫ଟଙ୍କାରେ ୫ ପର୍ଯ୍ୟନ୍ତ ସଭ୍ୟ ଭୁବନେଶ୍ୱର: କଂଗ୍ରେସ ଏବେ ବିଜେଡିର ତରିକା ଅପଣାଇବାକୁ ଯାଉଛି । ସଭ୍ୟ ସଂଗ୍ରହ ଅଭିଯାନରେ ବିଜେଡି ଯେଉଁ ତରିକା ଆପଣାଇଛି ଆଗାମୀ ଦିନରେ କଂଗ୍ରେସ ବି ସେହି ସମାନ ତରିକା ଆପଣାଇବ । ବିଜେଡି ତାର ସଭ୍ୟ ସଂଗ୍ରହ ଅଭିଯାନ ସମୟରେ ଆଧାର ଲିଙ୍କକୁ ଗୁରୁତ୍ୱ ଦେଇଥିବାବେଳେ ଏବେ କଂଗ୍ରେସ ମଧ୍ୟ ସମାନ ପନ୍ଥା ଅବଲମ୍ବନ କରିବ । କଂଗ୍ରେସ ନିଜର ସଭ୍ୟ ସଂଗ୍ରହ ସହ ଭୋଟର ପରିଚୟପତ୍ର ଲିଙ୍କ କରାଯିବ । ଉଭୟଙ୍କ ମଧ୍ୟରେ କେବଳ କାର୍ଡ ଅଲଗା କିନ୍ତୁ ତରିକା ସମାନ । ବିଜେଡିର ଆଧାର କାର୍ଡ ହୋଇଥିବାବେଳେ କଂଗ୍ରେସର ଭୋଟର ପରିଚୟ ପତ୍ର । ଏନେଇ କଂଗ୍ରେସ ନେତା ତଥା ତେଲେଙ୍ଗାନା ଇନଚାର୍ଚ ରାମଚନ୍ଦ୍ର ଖୁଣ୍ଟିଆ ସୂଚନା ଦେଇ କହିଛନ୍ତି ଯେ, ୨୦୨୨ ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ଚାଲିବ । ୫ଟଙ୍କା ଦେଇ ୫ ବର୍ଷ ପର୍ଯ୍ୟନ୍ତ ସଭ୍ୟ ହୋଇପାରିବେ । ସଭ୍ୟ ସଂଗ୍ରହରେ ଭୋଟର ପରିଚୟ ପତ୍ର ଲିଙ୍କ କରାଯିବ । କିନ୍ତୁ ବିଜେଡି ଭଳି ଆମେ ଆଧାର ଲିଙ୍କ କରିବୁ ନାହୁଁ ବୋଲି ଶ୍ରୀ ଖୁଣ୍ଟିଆ କହୁଛନ୍ତି । ଯୁବ ଗୋଷ୍ଠୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି କ୍ୟାଡର ସୃଷ୍ଟି କରାଯିବ । କ୍ୟାଡରଙ୍କୁ ପ୍ରେରକ କୁହାଯିବ ଓ ପ୍ରେରକମାନଙ୍କ ପାଇଁ ସିଲାବସ ପ୍ରସ୍ତୁତ ହେବ । ପ୍ରେରକଙ୍କ ତାଲିମ ପାଇଁ କଂଗ୍ରେସ ପକ୍ଷରୁ ସ୍ୱତନ୍ତ୍ର ବିଭାଗ ସୃଷ୍ଟି ନେଇ ରାମଚନ୍ଦ୍ର ଖୁଣ୍ଟିଆ ସୂଚନା ଦେଇଛନ୍ତି ।