କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ଲିଙ୍କରୋଡ଼ ଛକରେ ବନ୍ଦ ପାଳନ

କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ଲିଙ୍କରୋଡ଼ ଛକରେ ବନ୍ଦ ପାଳନ

କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ଲିଙ୍କରୋଡ଼ ଛକରେ ବନ୍ଦ ପାଳନ
କଟକ: - ଆଜି ଓଡିଶା ବନ୍ଦ ପରିପ୍ରେକ୍ଷୀରେ କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ କଟକ ମଧୁପାଟଣା ଟ୍ରାଫିକ ଛକ ଓ ପ୍ରେସ ଛକ ଠାରେ ଏକଜୁଟ ହୋଇ ଶାନ୍ତିପୂର୍ଣ ଭାବରେ ଚକଲେଟ ଦେଇ ବନ୍ଦରେ ସାମିଲ ହେବାକୁ ଅନୁରୋଧ କରିଥିଲେ । ଏଥିସହିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀ ଚୌଧୁରୀ ଙ୍କ ସହିତ ପୂର୍ବତନ ବିଧାୟକ ରବି ମଲ୍ଲିକ , କଟକ ନଗର କଂଗ୍ରେସ ର ପୂର୍ବତନ ସଭାପତି ସୁରେଶ ମହାପାତ୍ରଙ୍କ ସମେତ ବହୁ କର୍ମୀ ମୋଟର ସାଇକେଲ ଶୋଭା ଯାତ୍ରାରେ ସହର ପରିକ୍ରମା କରିଥିଲେ । କଟକ ଜିଲ୍ଲା କଂଗ୍ରେସ ପ୍ରଭାରୀ ସଂଗ୍ରାମ ଜେନା ଯୋଗ ଦେଇ ଏହି ବନ୍ଦ ପାଳନରେ କଟକ ବାସୀ ସାମିଲ ହୋଇ ଏହାକୁ ସଫଳ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଅନ୍ୟାନ୍ୟ କର୍ମକାର୍ତ୍ତାଙ୍କ ମଧ୍ୟରେ ପିସିସି ପୂର୍ବତନ ସମ୍ପାଦକ ପ୍ରିୟଜିତ ରାୟ , ସାନ୍ତାୟନ ମିଶ୍ର , ଦୂର୍ଗା ଶଙ୍କର ଦାସ , ଯୁବନେତା ମନୋଜ ବିଶ୍ୱାଳ , ମାନସ ପରିଡା , ତ୍ରିଲୋଚନ ମହାନ୍ତି , ଚୌଦ୍ୱାର-କଟକ ଯୁବ କଂଗ୍ରେସ ସଭାପତି ସୁକାନ୍ତ ସାହାଣୀ , ସଦର ଯୁବ କଂଗ୍ରେସ ସଭାପତି ରାଜ ଶିଖନ ସ୍ୱାଇଁ , ସଚ୍ଚିଦାନନ୍ଦ ରାଉତ , ନିରଞ୍ଜନ ଲେଙ୍କା , ରାଜେଶ ସ୍ବାଇଁ , ବିରେନ ପସାୟତ , ପ୍ରଦେଶ ଯୁବକଂଗ୍ରେସ ସାଧାରଣ ସମ୍ପାଦକ ବିପ୍ଳବ ଶିଳାଦିତ୍ୟ , ଉଗ୍ରସେନ ଭୂୟାଁ, ବିରଞ୍ଚି ବେଉରା , କେଦାର ରାଉତ , ପ୍ରତାପ ମଲ୍ଲିକ , ନାରୀନେତ୍ରୀ ନିରୂପମା ଦାସ , ରଞ୍ଜନ ସେନାପତି , ଫେଲୁ ପଟ୍ଟନାୟକ , ଜେ. କାମେଶ୍ୱର ରାଓ , ଅଲେଖ ଚନ୍ଦ୍ର ବେହେରା ଓ ଦୀପକ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ରାଲି କୁ ଯୁବନେତା ସୁକାନ୍ତ ସାହାଣୀ , ସଚ୍ଚିଦାନନ୍ଦ ରାଉତ , ରାଜ ଶିଖନ ସ୍ବାଇଁ , ବିରେନ ପସାୟତ , ଦୀପକ ସାହୁ , ବିପ୍ଳବ ଶିଳାଦିତ୍ୟ ପ୍ରମୁଖ ସଂଚାଳନ କରିଥିଲେ ।