କମିଲା ପେଟ୍ରୋଲ ଓ ଡିଜେଲ ଦର

କମିଲା ପେଟ୍ରୋଲ ଓ ଡିଜେଲ ଦର

କମିଲା ପେଟ୍ରୋଲ ଓ ଡିଜେଲ ଦର
ନୂଆଦିଲ୍ଲୀ: ଅଶେଧିତ ତେଲର ଦାମ ଅନ୍ତର୍ଜାତୀୟ ବଜାରରେ କମୁଛି। ଯାହାର ପ୍ରଭାବରେ ଦେଶରେ ତେଲ ଦାମ କମିଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ୧୦ ପଇସା, ଦିଲ୍ଲୀ, ମୁମ୍ୱାଇରେ ୧୨ ପଇସା, କୋଲକାତାରେ ୧୧ ପଇସା ଏବଂ ଚେନ୍ନାଇରେ ୧୩ ପଇସା କମିଛି। ସେହିପରି ଡିଜେଲ ଦାମ୍ ଭୁବନେଶ୍ୱରରେ ୧୪ ପଇସା, ଦିଲ୍ଲୀ ଏବଂ କୋଲକାତାରେ ୧୫ ପଇସା, ମୁମ୍ୱାଇ ଏବଂ ଚେନ୍ନାଇରେ ୧୬ ପଇସା କମିଛି। ଇଣ୍ଡିଆନ୍ ଅଏଲର ଅଫିସିଆଲ୍ ଓ୍ୱେବସାଇଟରୁ ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୭୨.୭୩ ପଇସା, ଦିଲ୍ଲୀରେ ୭୩.୪୨ ପଇସା, କୋଲକାତାରେ ୭୬.୦୭ ପଇସା, ମୁମ୍ୱାଇରେ ୭୯ ଟଙ୍କା ୦୩ ପଇସା ଏବଂ ଚେନ୍ନାଇରେ ୭୬.୨୫ ପଇସା ରହିଛି। ସେହିପରି ଭୁବନେଶ୍ୱରରେ ଡିଜେଲ ଦାମ ଲିଟର ପିଛା ୭୧.୬୫ ପଇସା, ଦିଲ୍ଲୀରେ ୬୬.୬୦ ପଇସା, କୋଲକାତାରେ ୬୮. ୯୬ ପଇସା, ମୁମ୍ୱାଇରେ ୬୯.୮୧ ପଇସା ଏବଂ ଚେନ୍ନାଇରେ ୭୦.୩୫ ପଇସା ରହିଛି। ଅକ୍ଚୋବରରୁ ଏଯାଏ ୬ ଥର ପେଟ୍ରୋଲ ଦର ୧.୩୯ ପଇସା କମିଥିବାବେଳେ ଡିଜେଲ ଦର ୧୧ ଦିନରେ ୧.୩୧ ପଇସା କମିଛି। ସେହିପରି ୩୬ ପଇସା ପେଟ୍ରୋଲ ବଢ଼ିଥିବାବେଳେ ୪୯ ପଇସା ଡିଜେଲ ବଢ଼ିଛି।