କରୋନା ଚିକିତ୍ସା ପାଇଁ ଆୟୁର୍ବେଦିକ ଔଷଧ ‘କଫସୁରା କୁଦିନିର’ ଓ ‘ଆୟୁଷ-୬୪’କୁ ଅନୁମତି

କରୋନା ଚିକିତ୍ସା ପାଇଁ ଆୟୁର୍ବେଦିକ ଔଷଧ ‘କଫସୁରା କୁଦିନିର’ ଓ ‘ଆୟୁଷ-୬୪’କୁ ଅନୁମତି

କରୋନା ଚିକିତ୍ସା ପାଇଁ ଆୟୁର୍ବେଦିକ ଔଷଧ ‘କଫସୁରା କୁଦିନିର’ ଓ ‘ଆୟୁଷ-୬୪’କୁ ଅନୁମତି
ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ ସାମନାକୁ ଆସିଛି । ତାହା ହେଲା କରୋନା ଚିକିତ୍ସା ପାଇଁ ୨ଟି ଆୟୁର୍ବେଦିକ ଔଷଧକୁ ଅନୁମତି ପ୍ରଦାନ କରାଯାଇଛି । କରୋନା ଚିକିତ୍ସା ପାଇଁ ‘କଫସୁରା କୁଦିନିର’ ଓ ‘ଆୟୁଷ-୬୪’କୁ ଅନୁମତି ପ୍ରଦାନ କରାଯାଇଛି । କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏହି ୨ଆୟୁର୍ବେଦିକ ଔଷଧକୁ ଅନୁମତି ପ୍ରଦାନ କରାଯାଇଛି । ସାମାନ୍ୟ ଓ ମଧ୍ୟମ ଲକ୍ଷଣଯୁକ୍ତ ରୋଗୀଙ୍କ କ୍ଷେତ୍ରରେ ଏହି ଔଷଧ ଫଳପ୍ରଦ ହେବ ବୋଲି କୁହାଯାଇଛି ।