କରୋନା ସମୟରେ ଏମିତି କରି ସୁସ୍ଥ ରୁହନ୍ତୁ

କରୋନା ସମୟରେ ଏମିତି କରି ସୁସ୍ଥ ରୁହନ୍ତୁ

କରୋନା ସମୟରେ ଏମିତି କରି ସୁସ୍ଥ ରୁହନ୍ତୁ

ଏକ ଉତ୍ତମ ତଥା ସୁସ୍ଥ ଜୀବନଶୈଳୀ ନିମନ୍ତେ ଖାଦ୍ୟପାନୀୟ ସହିତ ଅନ୍ୟ କେତେକ ଦିଗ ପ୍ରତି ମଧ୍ୟ ସତର୍କ ରହିବା ଜରୁରୀ ବୋଲି ବିଶେଷଜ୍ଞଙ୍କ ମତ । ନିୟମିତ ଭାବେ ପ୍ରଥମେ ଘରେ ବ୍ୟାୟାମ, ପ୍ରାଣାୟମ, ଯୋଗ ଅଭ୍ୟାସ କରନ୍ତୁ । ଜିମ ଯିବାକୁ ବେଳ ନଥିଲେ ବ୍ୟତିବ୍ୟସ୍ତ ନ ହୋଇ ଦିନଚର୍ଯ୍ୟା ଆରମ୍ଭ କରନ୍ତୁ । ଆଜିକାଲି ୟୁ-ଟୁ୍ୟବ ସହାୟତାରେ ଘରେ ରହି ମଧ୍ୟ ଏରୋବିକ୍ସ କରିପାରିବେ । ଓଜନ ନିୟନ୍ତ୍ରଣ ସହ ମେଦ ବୃଦ୍ଧି ନ ହେବା ନିମନ୍ତେ ଏହା ଏକ ଉତ୍ତମ ମାଧ୍ୟମ ଅଟେ । ଘର କାମ ନିଜେ କରନ୍ତୁ ଯେପରି ଓଳାଇବା, ପୋଛିବା, ସଫାସଫି କରିବା ଇତ୍ୟାଦି । ଏସବୁ ମଧ୍ୟ ଏକ ପ୍ରକାର ବ୍ୟାୟାମ ଅଟେ । ପୂର୍ବେ ଲୋକେ ନିଜେ ଏସବୁ କାମ କରି ସୁସ୍ଥ ରହିବା ସହ ସେମାନଙ୍କର ଓଜନ ମଧ୍ୟ ବଢ଼ୁନଥିଲା । ଏବେ କିନ୍ତୁ ସବୁ କାମକୁ ଯନ୍ତ୍ର ଅଥବା ସେବାକାରୀ ସହାୟତାରେ କରି ଶରୀରକୁ ଆରାମ ଦେବା ସହ ଲୋକେ ଅନ୍ୟାନ୍ୟ ରୋଗକୁ ମଧ୍ୟ ନିୟନ୍ତ୍ରଣ ଜଣାଉଛନ୍ତି । ସମୟ ଥିଲେ, ଘର ଆଖପାଖ ସ୍ଥାନରେ ପ୍ରତ୍ୟହ ସାଇକଲ ଚଳାଇବାର ଅଭ୍ୟାସ କରନ୍ତୁ । ବିଶେଷଜ୍ଞଙ୍କ ମତରେ ଶରୀର ପାଇଁ ଏହା ଏକ ଉକ୍ରୃଷ୍ଟ ବ୍ୟାୟାମ । ନିୟମିତ ସକାଳ ସଂନ୍ଧ୍ୟାରେ ୧୫-୨୦ ମିନିଟ ସାଇକଲ ଚଳାନ୍ତୁ, ଫୂର୍ତ୍ତି ଲାଗିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ଯୋଗ କରିବାକୁ କଷ୍ଟ ଲାଗେ, କିନ୍ତୁ ଦିନକେଇଟାର ଅଭ୍ୟାସ ପରେ ଏହା ମଧ୍ୟ ସୁନ୍ଦର ତଥା ସୁଠାମ ଶରୀର ଗଢ଼ିବାରେ ସହାୟକ ହୋଇଥାଏ ।