କାହା ହାତ ଧରିଲେ ରାଗିଣୀ

କାହା ହାତ ଧରିଲେ ରାଗିଣୀ

କାହା ହାତ ଧରିଲେ ରାଗିଣୀ

ଭୁବନେଶ୍ୱର: ବଲିଉଡ ହେଉ ଅବା ଓଲିଉଡ ଏବେ ଚାଲିଛି ବିବାହ ଋତୁ। ପ୍ରାୟତଃ ଅଭିନେତା ଓ ଅଭିନେତ୍ରୀ ଏବେ ବିବାହ କରୁଛନ୍ତି। ଏହି ଲିଷ୍ଟରେ ରହିଛନ୍ତି ଓଲିଉଡ ଅଭିନେତ୍ରୀ ରାଗିଣୀ ରିୟା ସୂତ୍ରଧର।  ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରାଗିଣୀ । ସହଦେବ ଓ ଅଞ୍ଜଳି ସୂତ୍ରଧରଙ୍କ ସୁକନ୍ୟା ରାଗିଣୀ ଶିବଶଙ୍କର ସିଂ ଓ ଜଳେଶ୍ୱରୀ ଦେବୀଙ୍କ ସୁପୁତ୍ର ବିକ୍ରମଙ୍କୁ ବିଧି ଅନୁଯାୟୀ ଗୋଆରେ ବିବାହ କରିଛନ୍ତି ।

ବିବାହ ପୂର୍ବରୁ ଗୋଆରେ ହୋଇଥିଲା ସଙ୍ଗୀତ, କକ୍‌ଟେଲ୍‌ ଏବଂ ପ୍ରିୱେଡିଂ ସେଲିବ୍ରେସନ୍‌ । ଏଥିରେ ବହୁ ଅଭିନେତା ଓ ଅଭିନେତ୍ରୀ ଯୋଗଦେଇ ଧୂମ୍‌ ମଚାଇଥିଲେ । ରାଗିଣୀ ନିଜ ଇନ୍‌ଷ୍ଟାରେ ଏହାର ଫଟୋ ସେୟାର କରିଥିଲେ । ଆଉ ସେହି ଫଟୋରେ ଲେଖିଥିଲେ, ‘ଜୀବନର ନୂଆ ଯାତ୍ରା ଆରମ୍ଭ କରିବାକୁ ଯାଉଥିବାରୁ ସମସ୍ତଙ୍କ ସ୍ନେହ ଓ ଆଶୀର୍ବାଦ ଲୋଡ଼ୁଛି’।

ଏହି ବଙ୍ଗୀୟ ନାୟିକା ସିନେମା ‘ଗଡ଼ବଡ଼’ ମାଧ୍ୟମରେ ଓଲିଉଡରେ ପ୍ରବେଶ କରିଥିଲେ । ପରେ ‘ମୁଁ ଏକା ତୁମର’, ‘ତମେ ଥିଲେ ସାଥୀରେ’, ‘ହରି ଓମ୍‌ ହରି’, ‘ପ୍ରେମୀ’, ‘ଦେଖା ହେଲା ପ୍ରେମ ହେଲା’ ଓ ‘ଲାଗେ ପ୍ରେମ ନଜର’ରେ ଅଭିନୟ କରିଛନ୍ତି । ଏଥିସହିତ ବଙ୍ଗଳାରେ ‘ମିତାଲି ଗେଷ୍ଟ ହାଉସ୍‌’, ‘ଏକ ଟୁକୁ ଚୋୟା ଲଗେ’, ‘ସ୍ୱର୍ଣ୍ଣ ମୁଦ୍ରା’, ତେଲୁଗୁରେ ‘କ୍ୟୁମ୍‌ ଭାଇ’, ‘୧୦୦ ରୂପେୟା ନୋଟ୍‌’ରେ ଅଭିନୟ କରିଛନ୍ତି।