କ୍ରିକେଟ ଇତିହାସରେ ଘଟିଲା ପ୍ରଥମ ଘଟଣା

କ୍ରିକେଟ ଇତିହାସରେ ଘଟିଲା ପ୍ରଥମ ଘଟଣା

କ୍ରିକେଟ ଇତିହାସରେ ଘଟିଲା ପ୍ରଥମ ଘଟଣା
ବିଶାଖାପାଟନା - ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ମ୍ୟାଚ ବେଳେ ଘଟିଲା ଏଭଳି ଘଟଣା ଯାହା ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । ଏଭଳି ଘଟଣା ଦିନିକିଆ କ୍ରିକେଟ ଇତିହାସରେ କେବେ ଘଟିନଥିଲା । ଦୁଇ ଦଳର ଅଧିନାୟକ ସେମାନେ ସାମ୍ନା କରିଥିବା ପ୍ରଥମ ବଲରେ ହିଁ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଯାଇଛନ୍ତି। ଅର୍ଥାତ ଗୋଲଡେନ ଡକ୍ରେ ଦୁଇ ଦଳର ଅଧିନାୟକ ପ୍ୟାଭିଲିୟନ ଫେରିଛନ୍ତି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ତା’ର ପ୍ରଥମ ୱିକେଟ୍ ୨୨୭ରେ ହରାଇଥିଲା। କେଏଲ ରାହୁଲ ୧୦୨ ରନ୍ କରି ଆଉଟ ହେବା ପରେ ବ୍ୟାଟିଂ କରିବାକୁ ଅଧିନାୟକ ବିରାଟ କୋହଲି ଆସିଥିଲେ। ତେବେ ସେ ଇଣ୍ଡିଜ ଦଳର ଅଧିନାୟକ କାଏରନ ପୋଲାର୍ଡଙ୍କୁ ସାମ୍ନା କରିଥିବା ପ୍ରଥମ ବଲରେ ହିଁ ଆଉଟ ହୋଇଯାଇଥିଲେ। ଇଣ୍ଡିଜ ବ୍ୟାଟିଂ ବେଳେ ମଧ୍ୟ ସମାନ ଘଟଣା ଘଟିଥିଲା। ନିକୋଲାସ ପୂରନ ୭୫ ରନ୍ କରି ଆଉଟ୍ ହେବା ପରେ ପୋଲାର୍ଡ ବ୍ୟାଟିଂ କରିବାକୁ ଆସିଥିଲେ। ହେଲେ ସେ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ସାମ୍ନା କରିଥିବା ପ୍ରଥମ ବଲରେ ହିଁ ୱିକେଟ କିପର ରିଷଭ ପନ୍ତଙ୍କ ହାତରେ କ୍ୟାଚ୍ ଆଉଟ ହୋଇଯାଇଥିଲେ।