ଖାଲି ଆଖିକୁ ଦେଖାଯିବ ୪ ଟି ଗ୍ରହ, ଜାଣନ୍ତୁ କେବେ

ଖାଲି ଆଖିକୁ ଦେଖାଯିବ ୪ ଟି ଗ୍ରହ, ଜାଣନ୍ତୁ କେବେ

ଖାଲି ଆଖିକୁ ଦେଖାଯିବ ୪ ଟି ଗ୍ରହ, ଜାଣନ୍ତୁ କେବେ
ଭୁବନେଶ୍ୱର: ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଖାଲି ଆଖିକୁ ୪ଟି ଗ୍ରହ ଦେଖାଯିବ । ଆକାଶ ମେଘମୁକ୍ତ ରହିଲେ ମଙ୍ଗଳ, ବୃହସ୍ପତି, ଶନି ଓ ଶୁକ୍ର ଗ୍ରହକୁ ଖାଲି ଆଖିରେ ଦେଖିବାର ଅପୂର୍ବ ସୁଯୋଗ ରହିଛି । ଏହି ଗ୍ରହ ଗୁଡ଼ିକ ତାରା ଭଳି ଗୋଟେ ଗୋଟେ ଆଲୋକ ବିନ୍ଦୁ ସଦୃଶ ଦେଖାଯିବେ । ତାରାମାନେ ଚିକିମିକି କରୁଥିଲେ ହେଁ ଗ୍ରହମାନଙ୍କର ଆଲୋକ ସ୍ଥିର । ତେଣୁ ଏଥିରୁ ଗ୍ରହମାନଙ୍କୁ ଚିହ୍ନିହେବ । ଯେଉଁ ଗ୍ରହମାନେ ଦିନରେ ଉଦୟ ହେବେ ସେମାନେ ୬ ଘଣ୍ଟା ପରେ ମୁଣ୍ଡ ଉପରେ ଦେଖାଯିବେ । ଅକ୍ଟୋବର ଶେଷ ସପ୍ତାହ ପର୍ଯ୍ୟନ୍ତ ମଙ୍ଗଳ ଗ୍ରହ ଉଜ୍ଜ୍ୱଳ ଦେଖାଯିବ । ଗତ ୧୩ ତାରିଖରେ ମଙ୍ଗଳ ଗ୍ରହ ଅଧିକ ଉଜ୍ଜ୍ୱଳ ଦେଖାଯାଉଥିବାରୁ ବହୁ ବର୍ଷ ପରେ ଏପରି ଦେଖିବାକୁ ମିଳିଲା ବୋଲି ଚର୍ଚ୍ଚା ହେଉଛି । ମାତ୍ର ଏହା ଠିକ ନୁହେଁ ବୋଲି ପଠାଣି ସାମନ୍ତ ପ୍ଲାନିଟୋରିୟମର ଉପନିଦେ୍ର୍ଧଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି । ସେ କହିଛନ୍ତି ପୃଥିବୀ ସୂର୍ଯ୍ୟ ଚାରିପଟେ ବୁଲିବାକୁ ୩୬୫ ଦିନ ସମୟ ନେଉଥିବା ବେଳେ ମଙ୍ଗଳ ଗ୍ରହ ପ୍ରାୟ ୬୮୭ ଦିନ ନେଇଥାଏ । ତେଣୁ ପୃଥିବୀ ସୂର୍ଯ୍ୟ ଚାରିପଟେ ଥରେ ବୁଲି ଆସିବା ବେଳକୁ ମଙ୍ଗଳ ଥରେ ବୁଲେ । ଫଳରେ ପ୍ରତି ଦୁଇ ବର୍ଷରେ ଥରେ ପୃଥିବୀ, ମଙ୍ଗଳ ଓ ସୂର୍ଯ୍ୟ ଗୋଟିଏ ସରଳରେଖାରେ ରହୁଥିବାରୁ ମଙ୍ଗଳ ଗ୍ରହ ବଡ଼ ଓ ଉଜ୍ଜ୍ୱଳ ଦିଶେ । ୨୦୧୮ ମସିହା ଜୁଲାଇ ୨୭ ତାରିଖରେ ଏଭଳି ଦେଖାଯାଇଥିବା ବେଳେ ୨୦୨୨ ମସିହା ଡିସେମ୍ବର ୮ରେ ପୁନର୍ବାର ଏପରି ଦୃଶ୍ୟ ଦେଖିବାକୁ ମିଳିବ ।