ଖୋର୍ଦ୍ଧାରେ ୩୦ ହଜାର ଲୋକ ଜଳବନ୍ଦୀ

ଖୋର୍ଦ୍ଧାରେ ୩୦ ହଜାର ଲୋକ ଜଳବନ୍ଦୀ

ଖୋର୍ଦ୍ଧାରେ ୩୦ ହଜାର ଲୋକ ଜଳବନ୍ଦୀ
ଖୋର୍ଦ୍ଧା : ଖୋର୍ଦ୍ଧା ବ୍ଲକ ଓରବରସିଂ ପଞ୍ଚାୟତର ହିରିମୂଳ, ଡିହଖଳା, ଦୁର୍ଗାପୁର, ଓରବରସିଂ, ମଶାଣିଆ, ତେନ୍ତୁଳିମୂଳ, ରାୟପୁର, ବାଲିକୁଦା, ଲେଖନପୁର, କୃଷ୍ଣପୁର ଆଦି ୧୦ ଗଁ। ଓ ନରଣଗଡ ପଞ୍ଚାୟତର ଧବଳପୁର, ମାନପୁର, ଓରିମି ଓ ବଳପୁର ଆଦି ୪ ଗଁ। ରେ ବନ୍ୟା ପରିସ୍ଥିତି ଲାଗି ରହିଛି। ମୋଟରେ ୧୪ ଟି ଗଁ। ର ପ୍ରାୟ ୩୦ ହଜାର ଲୋକ ଜଳବନ୍ଦୀ ଭାବେ ଜୀବନ ବିତାଉଛନ୍ତି। ଗଁା ଦାଣ୍ଡରେ ଅଢେଇରୁ ୪ ଫୁଟର ବନ୍ୟାଜଳ ଲହଡି ମାରୁଛି। ଘର ଭିତରକୁ ପାଣି ପଶିଲାଣି। ଗଁା ଚାରିପଟ ଚାଷ ଜମିରେ ୩ରୁ ୮ ଫୁଟର ପାଣି ଜମି ରହିଛି। କିଛି ଗଁାରେ ଟ୍ୟୁବ ଯୋଗେ ଲୋକେ ରାସ୍ତା ପାରି ହେଉଛନ୍ତି। ଏଭଳିସ୍ଥଳେ ଘରେ ଚୁଲି ଜଳୁନି। ଘରେ ଶୋଇବାକୁ ଜାଗା ନାହିଁ। ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଛି। ବନ୍ୟା ଅଞ୍ଚଳରେ ରିଲିଫ୍‌ ଯୋଗାଣ ସମୁଦ୍ରକୁ ଶଙ୍ଖେ। ବନ୍ୟାରେ ପ୍ରାୟ ୩୦ ହଜାର ଲୋକ ପ୍ରଭାବିତ ହୋଇଥିବାବେଳେ ରେଡକ୍ରସ ପକ୍ଷରୁ ୫୫୦ ପୁଡିଆ ଦିଆଯାଇଛି। ଏଥିରୁ ନରଣଗଡ ପଞ୍ଚାୟତକୁ ୧୫୦ ଓ ଓରବରସିଂ ପଞ୍ଚାୟତକୁ ୪୦୦ ପୁଡିଆ ଭାଗରେ ପଡିଛି। ଦୁଇ ପଞ୍ଚାୟତର ଲୋକ ପାଣି ଘେରରେ ରହିଥିବାବେଳେ ବୁଧବାର ଅପରାହ୍ନରେ ରୋଷେଇ ଖାଦ୍ୟ ଦିଆଯାଇଛି। ରାତିରେ ପୁଡିଆରେ କାମ ଚଳାଇ ଦିଆଯିବ। ଯେଉଁମାନେ ବାତ୍ୟା ଆଶ୍ରୟସ୍ଥଳରେ ଅଛନ୍ତି ସେମାନେ ପାଉଛନ୍ତି। ଯେଉଁ ବିପନ୍ନ ଘରେ ଅଛନ୍ତି ସେମାନଙ୍କ ପାଇଁ କିଛି ନାହିଁ। ବିପତ୍ତି କାଳରେ ବିପନ୍ନଙ୍କୁ ରିଲିଫ ଯୋଗାଇବାରେ ପ୍ରଶାସନ କାହିଁକି କୁଣ୍ଠିତ ହେଉଛି ତାହା ତଦନ୍ତ ସାପେକ୍ଷ। ଅନ୍ୟପକ୍ଷେ ବାତ୍ୟା ଫନୀରେ ଘର ଭାଙ୍ଗିଲା। ଘର ଭଙ୍ଗା ସହାୟତା ମିଳିଲା ନାହିଁ। ଯେଉଁମାନଙ୍କର ଘର ଭାଙ୍ଗିନି ସେମାନେ ସହାୟତା ପାଇଲେ। ପ୍ରତିବାଦ କରିବାରୁ ସହାୟତା ଦିଆଗଲାନି। ଅଗଷ୍ଟରେ ହୋଇଥିବା ବନ୍ୟାରେ ରନ୍ଧା ଖାଦ୍ୟ ମିଳିଲାନି। ଏବେ ବନ୍ୟାଜଳରେ ଥିଲେ ମଧ୍ୟ ରିଲିଫ ମିଳୁନି। ବନ୍ୟା ଓ ବାତ୍ୟା ବେଳେ ଆମ ଅଞ୍ଚଳରେ ରାଜନୀତି ଚାଲିଛି ବୋଲି କେତେଜଣ ବିପନ୍ନ ନଁ। ଗୋପନ ରଖି ପ୍ରକାଶ କରିଛନ୍ତି।