ଖୋଲିବ ରତ୍ନ ଭଣ୍ଡାର !
ଖୋଲିବ ରତ୍ନ ଭଣ୍ଡାର !
ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ପୁରୀ ଗଜପତି ମହାରାଜ କହିଥିଲେ, ଭିତରେ ରତ୍ନଭଣ୍ଡାର ସ୍ଥିତି ଭଲ ନାହିଁ । ଏହାର ମରାମତି ଜରୁରୀ । ଶନିବାର ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ସେବାୟତ ପ୍ରତିନିଧିମାନେ ବି କହିଥିଲେ । ଭିତରେ ରତ୍ନ ବଣ୍ଡାର ଖୋଲୁ, ଏହାର ମରାମତି ଆବଶ୍ୟକ । ଆସନ୍ତା ପରିଚାଳନା ବୈଠକରେ ଏହି ପ୍ରସ୍ତାବ ଉପରେ ଆମେ ଦାବି କରିବୁ । ସେହିଭଳି ୨୦୧୮ରେ ଶ୍ରୀମନ୍ଦିର ରତ୍ନଭଣ୍ଡାର କମିଟି ଭିତର ରତ୍ନଭଣ୍ଡାର ଖୋଲିବାକୁ ଯାଇଥିଲେ । ଚାବି ନ ମିଳିବାରୁ ଭିତର ରତ୍ନଭଣ୍ଡାର ଖୋଲିପାରିନଥିଲା । ଏବେ ଭିତର ରତ୍ନଭଣ୍ଡାର ଖୋଲିବାକୁ ଦାବି ଜୋର ଧରିଛି ।
ଶ୍ରୀମନ୍ଦିର ପରିଚାଳନା କମିଟି ସେବାୟତ ସଦସ୍ୟମାନଙ୍କ ଦାବିରୁ ଏହା ଆଭାସ ମିଳିଛି । ଦ୍ୱାର ଫାଙ୍କ ଦେଇ କମିଟି ସଦସ୍ୟମାନେ ଭିତର ସ୍ଥିତି ଉପରେ ନଜର ପକାଇଥିଲେ । ଭିତରେ ରତ୍ନଭଣ୍ଡାର ସ୍ଥିରି ସନ୍ତସନ୍ତିଆ ଥିଲା । ଏହି ଦଳରେ ଥିବା ବରିଷ୍ଠ ଦଇତାପତି ସେବାୟତ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି, ଆମେ ଦ୍ୱାର ଫାଙ୍କ ଦେଇ ଦେଖିବା ବେଳେ କିଛି ଚୂନ ଖଣ୍ଡ ଭଣ୍ଡାର କୋଣରେ ଗଦା ହୋଇଥିବାର ଦେଖିଥିଲୁ । କିଛି ସୁବର୍ଣ୍ଣ ଅଳଙ୍କାର ବାହାରେ ଖୋଲାମେଲାରେ ରହିଥିଲା । ରଘୁନାଥ ବେଶର ଅଳଙ୍କାର ଗୁଡିକ ବାହାରେ ପଡିଥିଲା । ରତ୍ନ ଅଳଙ୍କାର ରହୁଥିବା ସିନ୍ଦୁକଗୁଡିକରେ ତାଲା ପଡିନଥିଲା । ଭିତର ସ୍ଥିତିରୁ ବାରି ହେଉଥିଲା ରତ୍ନଭଣ୍ଡାର ସ୍ଥିତି ଭଲ ନାହିଁ । ଏଥିରୁ ବାରି ହେଉଛି ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ପଥର ହୁଗୁଳା ହୋଇଯାଇଛି । ପଥର ଯୋଡେଇରୁ ପାଣି ଗଳୁଛୁ । ଏଭଳି ସ୍ଥିତି ଶ୍ରୀମନ୍ଦିର ପ୍ରତି ବିପଦ କାରଣ ହେବ ବୋଲି ଆଶଙ୍କା ହେଉଛି । ଏହାର ଆଶୁ ମରାମତି ଜରୁରି ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବକ୍ଷେଣ ସଂସ୍ଥା ସୁପାରିଶ କରିଛି । ଭିତର ରତ୍ନଭଣ୍ଡାର କିନ୍ତୁ ୧୯୮୪ରୁ ଖୋଲା ଯାଇନି । ଏହାର ସ୍ଥିତି ଯାଞ୍ଚ ପାଇଁ ୨୦୧୮ରେ ହାଇକୋର୍ଟଙ୍କ ଆଦେଶ କ୍ରମେ ଭିତର ରତ୍ନଭଣ୍ଡାର ଖୋଲିବାକୁ ବ୍ୟବସ୍ଥା ହୋଇଥିଲା ।
ତତ୍କାଳିନ ଜିଲ୍ଲାପାଳ ଅରବିନ୍ଦ ଆଗ୍ରୱାଲ ଏବଂ ରତ୍ନଭଣ୍ଡାର କମିଟି ରତ୍ନଭଣ୍ଡାର ଖୋଲିବାକୁ ୨୦୧୮ରେ ଯାଇଥିଲେ । ହଠାତ ଜିଲ୍ଲାପାଳ ଘୋଷଣା କଲେ ଭିତର ରତ୍ନଭଣ୍ଡାର ଚାବି ହଜି ଯାଇଛି । ନିକଟରେ ଗଜପତି ମହାରାଜା ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାରରେ ଏହି ପ୍ରସଙ୍ଗକୁ ଉଠାଇବା ପରେ ଭିତର ରତ୍ନଭଣ୍ଡାର ଖୋଲିବା ନେଇ ଆଶା ସଞ୍ଚାର ହୋଇଛି ।




admin 