ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଚିକେନ ପଟିଆଲା

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଚିକେନ ପଟିଆଲା

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଚିକେନ ପଟିଆଲା

ଆବଶ୍ୟକ ଉପକରଣ: ଚିକେନ, ଦହି, ପିଆଜ, କ୍ୟାପ୍‌ସିକମ୍‌, ଅଦାରସୁଣ ପେଷ୍ଟ, ହଳଦି, ଲାଲ ଲଙ୍କା, ଗୋଲମରିଚ ଗୁଣ୍ଡ, ଲୁଣ, ରିଫାଇନ ତେଲ, ଗୋଟା ଗରମ ମସଲା, କଞ୍ଚା ଲଙ୍କା, କାଜୁ ପେଷ୍ଟ, ଜିରା ଗୁଣ୍ଡ ଓ ଧନିଆ ଗୁଣ୍ଡ ।


ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ସେଥିରେ ଦହି, ଅଦାରସୁଣ ପେଷ୍ଟ, ହଳଦି, ରେଡ୍‌ ଚିଲି, ଗୋଲମରିଚ ଗୁଣ୍ଡ ଓ ଲୁଣ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ ଓ କିଛି ସମୟ ରଖି ଦିଅନ୍ତୁ ।

ପରେ କଡ଼େଇରେ ତେଲ ଗରମ କରନ୍ତୁ । ସେଥିରେ ଗୋଟା ଗରମ ମସଲା ପକାନ୍ତୁ। ଏହାପରେ ଜିରା, ଛେଚା ଅଦା ଓ ରସୁଣ ପକାନ୍ତୁ । ଏହା ଟିକେ ଭାଜି ହୋଇଗଲେ କଟା ପିଆଜ ପକାନ୍ତୁ । ଏହାକୁ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ ।

ଏବେ ସେଥିରେ ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ (ମନେ ରଖନ୍ତୁ ପୂର୍ବରୁ ଚିକେନ୍‌ରେ ଲୁଣ ଗୋଳା ଯାଇଛି) ପକାଇ ଗୋଳାନ୍ତୁ ।

କିଛି ସମୟ ପରେ ୨ଟି ଟମାଟୋ ପକାନ୍ତୁ । ଏହାକୁ ଭଲ ଭାବେ ଗୋଳାନ୍ତୁ। ସେଥିରେ ହାଫ୍‌ କପ୍‌ ପାଣି ପକାନ୍ତୁ । କିଛି ସମୟ ପରେ କଡ଼େଇରେ ଅଳ୍ପ ମସଲା ରଖି ଅବଶିଷ୍ଟ ବାହାର କରି ଥଣ୍ଡା କରନ୍ତୁ । ଏହାପରେ ତାକୁ ପେଷ୍ଟ କରି ନିଅନ୍ତୁ ।

କଡ଼େଇରେ ଥିବା ଅଳ୍ପ ମସଲାରେ ମ୍ୟାରିନେଟ ହୋଇଥିବା ଚିକେନ ମିଶାନ୍ତୁ । ଏହାପରେ ସେଥିରେ ୨ ଚାମଚ କଞ୍ଚା ଲଙ୍କା ବଟା ମିଶାନ୍ତୁ । ଏହାକୁ ସିମ୍‌ରେ ଘୋଡ଼ାଇ ଚିକେନ୍‌କୁ‌ ସିଝିବାକୁ ଛାଡ଼ି ଦିଅନ୍ତୁ ।

ଅନ୍ୟ ଏକ କରେଇରେ ତେଲ ଗରମ କରି କିଛି ଜିରା ପକାନ୍ତୁ । ସେଥିରେ ଅଦା, ରସୁଣ ଛେଚା ପକାନ୍ତୁ । ଏହାପରେ ଚପ୍‌ ହୋଇ କଟା ହୋଇଥିବା ମେଥି ପକାନ୍ତୁ । ଏହାପରେ ମିଡିୟମ ସାଇଜରେ କଟା ହୋଇଥିବା ପିଆଜ ଓ କ୍ୟାପସିକମ ପକାନ୍ତୁ। ସେଥିରେ ହଳଦି, ଲଙ୍କା, ଜିରା, ଧନିଆ ପାଉଡର ପକାନ୍ତୁ । ଏହାପରେ ସେଥିରେ ହାଫ କପ୍‌ କାଜୁ ପେଷ୍ଟ ପକାନ୍ତୁ। ହାଫ କପ୍‌ ପାଣି ପକାଇ କିଛି ସମୟ ଫୁଟିବାକୁ ଛାଡ଼ି ଦିଅନ୍ତୁ ।

ଏହାପରେ ଚିକେନ ସିଝୁଥିବା କରେଇରେ ଏହି ମସଲାକୁ ଢାଳି ଭଲ ଭାବେ ଗୋଳାଇ ଦିଅନ୍ତୁ ।  ଏହା ଉପରେ ଗରମ ମସଲ, କଟା କଞ୍ଚାଲଙ୍କା ଓ କସ୍ତୁରୀ ମେଥି ପକାନ୍ତୁ । ଏହାକୁ ଢାଙ୍କୁଣି ଘୋଡ଼ାଇ କିଛ ସମୟ ପାଇଁ ଛାଡ଼ି ଦିଅନ୍ତୁ । ତା’ ପରେ ଫ୍ରେଶ୍‌ କ୍ରିମ ପକାଇ ଦିଅନ୍ତୁ । ଏହାପରେ ସର୍ଭ କରନ୍ତୁ ।