ଛାତ୍ରଛାତ୍ରୀଙ୍କ ମଝିରେ ପରଦା ଟାଙ୍ଗିଲେ ଆଫଗାନିସ୍ତାନ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ

ଛାତ୍ରଛାତ୍ରୀଙ୍କ ମଝିରେ ପରଦା ଟାଙ୍ଗିଲେ ଆଫଗାନିସ୍ତାନ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ

ଛାତ୍ରଛାତ୍ରୀଙ୍କ ମଝିରେ ପରଦା ଟାଙ୍ଗିଲେ ଆଫଗାନିସ୍ତାନ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ

କାବୁଲ: ତାଲିବାନୀଙ୍କ ରାଜ ଆରମ୍ଭ ହେବା ପରେ ବଦଳି ଯାଇଛି ଆଫଗାନିସ୍ତାନର ଚିତ୍ରପଟ। ରାସ୍ତା, ବଜାରରେ ମହିଳାଙ୍କ ଯାତାୟାତ ବନ୍ଦ ହୋଇଯାଇଛି। ଶିକ୍ଷାନୁଷ୍ଠାନରେ ମଧ୍ୟ ସର୍ତ୍ତମୂଳକ ପାଠପଢ଼ା ଆରମ୍ଭ ହୋଇଛି। ଆଫଗାନିସ୍ତାନ ବିଶ୍ୱ ବିଦ୍ୟାଳୟ ଗୁଡ଼ିକରେ ପାଠପଢ଼ା ଆରମ୍ଭ ହୋଇଥିଲେ ମଧ୍ୟ ଶ୍ରେଣୀଗୃହର ଚିତ୍ର ବଦଳି ଯାଇଛି । ଆଗଭଳି ଛାତ୍ର ଏବଂ ଛାତ୍ରୀ ଆଉ ଏକାଠି ବସୁନାହାନ୍ତି । ଏବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପରଦା ପଡୁଛି। ମଝିରେ ପରଦା ଥାଇ ଗୋଟିଏ ପାର୍ଶ୍ବରେ ଛାତ୍ର ଏବଂ ଅନ୍ୟ ପାର୍ଶ୍ବରେ ଛାତ୍ରୀ ବସିଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଛାତ୍ରୀଙ୍କୁ କେବଳ ମହିଳା ଶିକ୍ଷକ ହିଁ ପଢ଼ାଇବେ । ସେମାନଙ୍କୁ କୌଣସି ପୁରୁଷ ଶିକ୍ଷକ ପଢ଼ାଇବେନି । ଯଦି ମହିଳା ଶିକ୍ଷକ ନିୟୋଜିତ କରିବା ଅସମ୍ଭବ ହୁଏ ତେବେ ଉତ୍ତମ ଚରିତ୍ର ଥିବା ବୟସ୍କ ବ୍ୟକ୍ତିଙ୍କୁ ସାମିଲ କରାଯିବ । କ୍ଲାସ ସରିବାର ୫ ମିନିଟ ପୂର୍ବରୁ ଛାତ୍ରୀମାନେ କ୍ଲାସ ଛାଡ଼ିବେ । ଛାତ୍ରମାନେ ଶିକ୍ଷାନୁଷ୍ଠାନ ଛାଡ଼ିବା ପର୍ୟ୍ୟନ୍ତ ସେମାନେ ୱେଟିଂ ହଲରେ ରହିବେ ।