ଜାଣନ୍ତୁ କିପରି ଅଣ୍ଡା କୋରମା ପ୍ରସ୍ତୁତ କରଯାଉଛି

ଜାଣନ୍ତୁ କିପରି ଅଣ୍ଡା କୋରମା ପ୍ରସ୍ତୁତ କରଯାଉଛି

ଜାଣନ୍ତୁ କିପରି ଅଣ୍ଡା କୋରମା ପ୍ରସ୍ତୁତ କରଯାଉଛି
ଭୁବନେଶ୍ୱର : ଆଜି ଆମେ ଜାଣିବା କିପରି ଅଣ୍ଡା କୋରମା ପ୍ରସ୍ତୁତ କରଯାଉଛି । ଆମେ ସାଧାରଣତଃ ଚିକେନ୍‌ କୋରମା, ମଟନ୍‌ କୋରମା ବିଷୟରେ ଜାଣିଛନ୍ତି। ହେଲେ କେବେ ଅଣ୍ଡା କୋରମା ବିଷୟରେ ଶୁଣିଛନ୍ତି କି? ଏହା ଖାଇବାକୁ ସୁଆଦିଆ ହୋଇଥିବା ବେଳେ ଗରମାଗରମ ନାନ୍‌, ତନ୍ଦୁରି ସହ ଏହାକୁ ଖାଇବାର ମଜା ଅଲଗା। ଯେଉଁମାନେ ଅଣ୍ଡା ଖାଇବାକୁ ଭଲ ପାଉ ନ ଥିବେ ସେମାନେ ମଧ୍ୟ ଏହାକୁ ଖାଇବାକୁ ମନା କରିବେନି। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ବିଷୟରେ। ଆବଶ୍ୟକ ସାମଗ୍ରୀ: ସିଝା ଅଣ୍ଡା ୪ଟା, ପିଆଜ, ଅଦା, ରସୁଣ ପେଷ୍ଟ, ଧନିଆ, ଜିରା ଗୁଣ୍ଡ, ଲୁଣ, ହଳଦି, ଲଙ୍କା ଗୁଣ୍ଡ, ଫ୍ରାଏଡ ଓନିଅନ, କାଜୁ ପେଷ୍ଟ, ଦହି ଅଧା କପ୍‌, କ୍ଷୀର ଏକ କପ୍‌, ରିଫାଇନ ତେଲ, କଟା କଞ୍ଚାଲଙ୍କା। ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ୪ଟି ଅଣ୍ଡାକୁ ସିଝାଇ ଦିଅନ୍ତୁ। ଏହାକୁ ଛୁରିରେ ଟିକେ ଚିହ୍ନ ଦେଇ ସେଥିରେ ଅଧା ଚାମଚ ଲୁଣ, ହଳଦି ଗୁଣ୍ଡ ଦେଇ ଗୋଳାଇ ଦିଅନ୍ତୁ। ଏହାପରେ ଗ୍ୟାସ୍‌ରେ ଏକ ପ୍ୟାନ୍‌ରେ ରିଫାଇନ ତେଲ ଗରମ କରି ସିଝା ଅଣ୍ଡାକୁ ଫ୍ରାଏ କରି ନିଅନ୍ତୁ। ଗୋଲଡେନ କଲର ହେଲେ ବାହାର କରି ଦିଅନ୍ତୁ। ଏହାପରେ ପ୍ୟାନରେ ୨ ଚାମଚ ତେଲ ଗରମ କରି ସେଥିରେ ଗୁଜୁରାତି, ଲବଙ୍ଗ ଓ ଡାଲଚିନି ଆଦି ଗରମ ମସଲା ପକାଇ ଗୋଳାଇ ଦିଅନ୍ତୁ। ବାସ୍ନା ଆସିବା ପରେ ଏକ ବଡ ପିଆଜ ପେଷ୍ଟ, ୨ ଚାମଚ ରସୁଣ, ଅଦା ପେଷ୍ଟ ପକାଇ କିଛି ସମୟ କଷନ୍ତୁ। ସେଥିରେ ହଳଦି ଗୁଣ୍ଡ, ଚିଲି ପାଉଡର, ଜିରା, ଧନିଆ ଗୁଣ୍ଡ, କଟା କଞ୍ଚାଲଙ୍କା, ଲୁଣ ପକାନ୍ତୁ। ଏହାପରେ ହାଫ୍‌ କପ ପାଣି ଦେଇ କଷନ୍ତୁ।