ଜେଲରେ ଲାଗିବ ଅଡିଓ କ୍ୟାମେରା, ଜାଣନ୍ତୁ କାହିଁକି

ଜେଲରେ ଲାଗିବ ଅଡିଓ କ୍ୟାମେରା, ଜାଣନ୍ତୁ କାହିଁକି

ଜେଲରେ ଲାଗିବ ଅଡିଓ କ୍ୟାମେରା, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ : ଜେଲରେ ଏଣିକି ଲାଗିବ ସାଉଣ୍ଡ ବାରିପାରୁଥିବା ସିସିଟିଭି । ସୁପ୍ରିମକୋର୍ଟଙ୍କ ପକ୍ଷରୁ ବୁଧବାର ଦିନ ବଡ ନିଷ୍ପତ୍ତି ନିଆଯିବା ସହିତ ସମସ୍ତ ଜେଲରେ ଅଡିଓ କ୍ୟାମେରା ଯୁକ୍ତ ସିସିଟିଭି ଲଗାଇବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଜେଲ ସହିତ ସମସ୍ତ ତଦନ୍ତକାରୀ ସଂସ୍ଥାରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ କରାଯିବ । ସିବିଆଇ, ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ), ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ (ଇଡି)କୁ ମଧ୍ୟ ସମାନ ନିୟମ ପାଳନ କରିବା ପାଇଁ ସର୍ବୋଚ୍ଚ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ସମସ୍ତ ରାଜ୍ୟ କଡାକଡି ଭାବରେ ଏହି ନିୟମର ପାଳନ କରିବା ସହିତ ଅଡିଓ କ୍ୟାମେରା ଲଗାଇବା ପାଇଁ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ସମସ୍ତ ସିସିଟିଭି କ୍ୟାମେରାରେ ନାଇଟ ଭିଜନ ଏବଂ ଅଡିଓ ବ୍ୟବସ୍ଥା ରହିବ । ଜେଲରେ କଏଦୀ ମାନଙ୍କ ଉପରେ ଅତ୍ୟାଚାର ରୋକିବା ପାଇଁ ସର୍ବୋଚ୍ଚ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ଜେଲ, ଲକଅପ, ପ୍ରବେଶ ଏବଂ ପ୍ରସ୍ଥାନ ସ୍ଥଳ ମାନଙ୍କରେ ଏହି କ୍ୟାମେରା ଲଗାଯିବ । ୧୮ ମାସ ପର୍ଯ୍ୟନ୍ତ ଏହି କ୍ୟାମେରାର ଫୁଟେଜ ଗୁଡିକ ରଖାଯିବ ବୋଲି କୁହାଯାଇଛି । ପଞ୍ଜାବର ଏକ ଜେଲ ନିର୍ଯାତନା ମାମଲାର ବିଚାର କରି କୋର୍ଟ ଏହି ରାୟ ଶୁଣାଇଛନ୍ତି । ବିଗତ ଅଢେଇ ବର୍ଷ ମଧ୍ୟରେ ଏହି ଦିଗରେ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଆସନ୍ତା ୬ ସପ୍ତାହ ମଧ୍ୟରେ ସମସ୍ତ ରାଜ୍ୟ ସରକାର ଏହି ବ୍ୟବସ୍ଥା ଆପଣେଇବାକୁ କୋର୍ଟ କଡା ନିଦେ୍ର୍ଧଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁୟାରୀ ୨୭ ତାରିଖରେ ହେବ ବୋଲି ଜଣାପଡିଛି ।