ଜେଲ ଗଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ

ଜେଲ ଗଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ

ଜେଲ ଗଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ
କଟକ: କଟକ ସିଜେଏମ କୋର୍ଟରେ ହାଜର ପରେ ତାଙ୍କୁ ଜେଲ ପଠାଯାଇଛି। ଗତକାଲି କୋର୍ଟଙ୍କ ଜାମିନ ବିହିନ ଗିରଫ ପରୱାନା ଆଧାରରେ ତାଙ୍କୁ ଗିରଫ କରିଥିଲା କଟକ ମାଲଗୋଦାମ ପୋଲିସ। ଆଇପିସି ୩୦୭ ଧାରାରେ ରୁଜୁ ଥିବା ଏକ ପୁରୁଣା ମାମଲା ପାଇଁ ରାଜାଙ୍କୁ ପୋଲିସ ଗିରଫ କରିଛି। ଜୁଡୋ କୋଚ୍ ବିରଂଚି ନାରାୟଣ ଦାସ ହତ୍ୟା ଘଟଣାରେ ୨୦୦୮ ମେ ମାସରେ ଗିରଫ ହୋଇଥିବା ଏହି ଗ୍ୟାଙ୍ଗଷ୍ଟର ୨୦୧୮ ଏପ୍ରିଲରେ ଜେଲରୁ ମୁକୁଳିଥିଲେ। କିନ୍ତୁ ହଠାତ୍ ବୁଧବାର ଦିନ ରାଜା ଆଚାର୍ଯ୍ୟଙ୍କୁ ପୁଣି ଉଠାଇ ନେଇଥିଲା ପୁଲିସ। କୁହାଯାଉଛି, ଏକ ପୁରୁଣା ୱାରେଂଟ ବଳରେ ତାଙ୍କୁ କଟକ ମାଲଗୋଦାମ ପୁଲିସ ଗିରଫ କରିଛି।