ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡିର ପ୍ରଚାର
ଝାରସୁଗୁଡ଼ା : ଝାରସୁଗୁଡାରେ ଦେଖା ଦେଲାଣି ଉପନିର୍ବାଚନର ତାତି। ବିଜୁ ଜନତା ଦଳ ଆରମ୍ଭ କଲାଣି ବ୍ଲକସ୍ତରରେ କର୍ମୀ ସମ୍ମିଳନୀ ଏବଂ ପ୍ରଚାର ପ୍ରସାର। ମଙ୍ଗଳବାର ଏଠାରେ ଆୟୋଜିତ ସଭାରେ ବିଜେଡି ବରିଷ୍ଠ ନେତାମାନେ ଯୋଗଦେଇ ଝାରସୁଗୁଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ଝାରସୁଗୁଡ଼ାର ବିକାଶ ଦଳର ଏକମାତ୍ର ପ୍ରସଙ୍ଗ ବୋଲି କହିଥିଲେ।
କାର୍ୟ୍ୟକ୍ରମରେ ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଉପନିର୍ବାଚନ ପର୍ୟ୍ୟବେକ୍ଷକ ଦାୟିତ୍ୱରେ ଥିବା ପ୍ରସନ୍ନ ଆଚାର୍ୟ୍ୟ, ଦେବୀ ପ୍ରସାଦ ମିଶ୍ର, ସାରଦା ନାୟକ, କୋଲାବିରା ବ୍ଲକ ଦାୟିତ୍ୱରେ ଥିବା ନିରଞ୍ଜନ ପୂଜାରୀ, ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି, ବିଜେଡି ପ୍ରାର୍ଥୀନି ଦୀପାଳି ଦାସ, ସ୍ୱର୍ଗତ ନବ ଦାସଙ୍କ ପୁଅ ବିଶାଳ ଦାସ ପ୍ରମୁଖ ଉପସ୍ଥିତ ରହି ବିଜୁ ଜନତା ଦଳକୁ ବିପୁଳ ଭୋଟରେ ଜିତାଇବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶକାର୍ୟ୍ୟ ଏବଂ ସ୍ୱର୍ଗତ ନବ ଦାସଙ୍କ ନୂତନ ଝାରସୁଗୁଡା ନିର୍ମାଣର ସ୍ୱପ୍ନ ବିଜୁ ଜନତା ଦଳକୁ ବିଜୟୀ କରିବ ବୋଲି ବିଜେଡି ପ୍ରାର୍ଥନୀ ଦୀପାଳି ଦାସ କହିଛନ୍ତି। ଏହି ଅଞ୍ଚଳରେ ସ୍ୱର୍ଗତ ନବ ଦାସ କରିଥିବା ବିକାଶ କାର୍ୟ୍ୟର ଧାରାକୁ ଦୀପାଳି ବଜାୟ ରଖିବେ ବୋଲି କହିଛନ୍ତି।




admin 