ଝାରପଡ଼ାକୁ ଫେରିବେ ପ୍ରଦୀପ ପାଣିଗ୍ରାହୀ

ଝାରପଡ଼ାକୁ ଫେରିବେ ପ୍ରଦୀପ ପାଣିଗ୍ରାହୀ

ଝାରପଡ଼ାକୁ ଫେରିବେ ପ୍ରଦୀପ ପାଣିଗ୍ରାହୀ
ବ୍ରହ୍ମପୁର: ଟାଟା ନିଯୁକ୍ତି ଠକେଇ ମାମଲାରେ ଜେଲ୍‌ରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଜେଲ୍‌ରୁ ସ୍ୱତନ୍ତ୍ର ଏସ୍‌କର୍ଟରେ ପୁଲିସ ଭୁବନେଶ୍ୱର ଝାରପଡ଼ା ଜେଲ୍‌କୁ ଅଣିବେ। ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ରେ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଚିକିତ୍ସିତ କରାଯାଇଛି । ଅସ୍ଥିଶଲ୍ୟ ବିଭାଗରେ ତାଙ୍କୁ ଶନିବାର ଅପରାହ୍ନରେ ଚିକିତ୍ସା କରାଯାଇଥିଲା । ସାତ ଦିନ ପାଇଁ ଔଷଧ ଲେଖି ପୁଣି ଡାକ୍ତର ପରାମର୍ଶ ନେବାକୁ ତାଙ୍କୁ କୁହାଯାଇଛି । ଏମ୍‌କେସିଜି ଆଉଟ୍‌ଡୋର୍‌ରେ ଚିକିତ୍ସା ପରେ ତାଙ୍କୁ ପୁଣି ବ୍ରହ୍ମପୁର ଜେଲ୍‌କୁ ନିଆଯାଇଥିଲା । ଆଜି ସକାଳୁ ତାଙ୍କୁ ବ୍ରହ୍ମପୁର ଜେଲ୍‌ରୁ ସ୍ୱତନ୍ତ୍ର ଏସ୍‌କର୍ଟରେ ପୁଲିସ ଭୁବନେଶ୍ୱର ଝାରପଡ଼ା ଜେଲ୍‌କୁ ଅଣିବେ। ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ତିନିଟି ଠକେଇ ମାମଲାରେ ଫେବ୍ରୁଆରୀ ୪ରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଭୁବନେଶ୍ୱର ଝାରପଡ଼ା ଜେଲ୍‌ରୁ ଆଣି ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟରେ ରିମାଣ୍ଡ ଦିଆଯାଇଥିଲା । କୋର୍ଟ ନିର୍ଦ୍ଦେଶ ପ୍ରକାରେ ତାଙ୍କୁ ୩ଦିନ ବ୍ରହ୍ମପୁର ଜେଲ୍‌ରେ ରଖାଯିବା ପରେ ପୁଣି କୋର୍ଟ ନିର୍ଦ୍ଦେଶ ପ୍ରକାରେ ଝାରପଡ଼ା ଜେଲ୍‌କୁ ପଠାଯିବ । ପ୍ରଦୀପ ଯିବା ପୂର୍ବରୁ ପୁଣି କୋର୍ଟରେ ହାଜର କରାଇ ତାଙ୍କୁ ନିଆଯିବ ବୋଲି ସୂଚନା ମିଳିଛି ।