ଭୁବନେଶ୍ବରରେ ଯୁବକଙ୍କ ଝୁଲନ୍ତା ଗଳିତ ମୃତଦେହ ଠାବ

ଭୁବନେଶ୍ବରରେ ଯୁବକଙ୍କ ଝୁଲନ୍ତା ଗଳିତ ମୃତଦେହ ଠାବ

 ଭୁବନେଶ୍ବରରେ  ଯୁବକଙ୍କ ଝୁଲନ୍ତା ଗଳିତ ମୃତଦେହ ଠାବ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛ । ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣାର ଖିଅ ପୁଲିସ ଖୋଜୁଥିବାବେଳେ ପୁଣି ଆଉ ଏକ ମୃତଦେହ ମିଳିଛି । ଏଥିର ଜଣେ ଯୁବକଙ୍କ ଗଳିତ ମୃତଦେହ ଠାବ କରାଯାଇଛି । ଯାହା ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ରାଜଧାନୀ ଭୁବନେଶ୍ବରରେ ରବିବାର ଜଣେ ଯୁବକଙ୍କ ଝୁଲନ୍ତା ଗଳିତ ମୃତଦେହ ଠାବ ହୋଇଛି। ଘାଟିକିଆ ସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜ ପଛ ଜଙ୍ଗଲରୁ ଉକ୍ତ ମୃତଦେହ ଠାବ କରାଯାଇଛି। ତେବେ ମୃତକ ଯୁବକଙ୍କର ପରିଚୟ ମିଳି ନ ଥିବା ବେଳେ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ ମୃତଦେହଟି ଦେଖି ପୋଲିସକୁ ସୂଚନା ଦେଇଥିଲା । ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା । ଦୀର୍ଘଦିନ ଧରି ଗଛରେ ମୃତଦେହଟି ଝୁଲି ରହିଥିବା ଅନୁମାନ କରାଯାଉଛି ।