ଦାଦନ ଦୁଃଖ, ଆନ୍ଧ୍ରରେ ଝିଅକୁ ହତ୍ୟା! ଚିନ୍ତାରେ ପ୍ରାଣ ହରାଇଲେ ବାପା, ଜେଜେବାପା
ଦାଦନ ଦୁଃଖ, ଆନ୍ଧ୍ରରେ ଝିଅକୁ ହତ୍ୟା! ଚିନ୍ତାରେ ପ୍ରାଣ ହରାଇଲେ ବାପା, ଜେଜେବାପା
admin
Dec 7, 2020 - 12:21
Updated: Dec 7, 2020 - 12:21
ବଲାଙ୍ଗୀର: ଦାଦନ ଦୁଃଖ । ଗୋଟିଏ ପରେ ଗୋଟିଏ ସମ୍ବେଦନଶୀଳ ଘଟଣା ଏଠି ଯୋଡ଼ି ହେଉଛି । ଦାଦନ ନିର୍ଯାତନାର କାହାଣୀ ବଲାଙ୍ଗୀର ଜିଲ୍ଲାରରେ ଅନେକ ବାହାର ରାଜ୍ୟକୁ ଇଟା ଗଢ଼ିବାକୁ ଯାଉଥିବା ଶ୍ରମିକ ସେଠାକୁ ଗଲେ ନିର୍ଯାତନାର ଶିକାର ହେଉଛି । ସେଠି ମୃତୁ୍ୟବରଣ ବି କରୁଛି । ଆଉ ଏହି ଖବର ଶୁଣି ଗାଁରେ ଥିବା ପରିବାର ଲୋକ ମାନସିକ ଚିନ୍ତାରେ ଜୀବନ ହାରୁଛନ୍ତି । ଏଭଳି ଏକ ଘଟଣା ବଲାଙ୍ଗୀର ଜିଲ୍ଲାରେ ସାମ୍ନାକୁ ଆସିଛି । ତୁରେକେଲା ବ୍ଲକ ପାଖନମୁଣ୍ଠା ଗାଁର ୨୦ ବର୍ଷୀୟା ଝିଅ ଜାମିନୀର ଏବେ ପତ୍ତା ମିଳୁନି । ସେଠାରେ ତାଙ୍କର ମୃତୁ୍ୟ ହୋଇଥିବା ସାଙ୍ଗରେ ଯାଇଥିବା ଶ୍ରମିକ ଫେରିବା ପରେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ଏହା ପରେ ମାନସିକ ଚିନ୍ତାରେ ଜୀବନ ହାରିଛନ୍ତି ଝିଅର ବାପା ଶୁକ୍ରୁ ମାଝୀ ଓ ଜେଜେବାପା ରେଞ୍ଜର ମାଝି । ଏପଟେ ଚାଳ କୁଡ଼ିଆ ଘର ଅଗଣାରେ ବାହୁନି ବାହୁନି କାନ୍ଦୁଛନ୍ତି ଦୁଇ ବିଧବା ମହିଳା । ପଖନମୁଣ୍ଡା ଗାଁର ଶୁକ୍ରୁ ମାଝୀ ଦିନ ମଜୁରିଆ । ସ୍ତ୍ରୀ ୨୦ ବର୍ଷର ଝିଅ ଜାମିନୀ ଓ ତାଙ୍କ ବୁଢ଼ା ବାପା, ମାଙ୍କୁ ନେଇ ତାଙ୍କ ପରିବାର ଥିଲା । ନିହାତି ଗରିବ ଶୁକ୍ରୁ ନିଜ ବୁଢ଼ା ବାପା, ମାଙ୍କ ଦେଖାରେଖା କରିବାକୁ ସମୟ ଦେଉଥିଲେ । ଏପଟେ ପରିବାରରେ ଦୁଇମୁଠା ଖାଇବା ଅଭାବ ହେଉଥିବାରୁ ୨୦ ବର୍ଷର ଝିଅ ଦାଦନ ସର୍ଦ୍ଧାର ବିରଞ୍ଚି ମାଝୀଙ୍କଠାରୁ ଅଗ୍ରିମ ଟଙ୍କା ନେଇ ଦାଦନ ଯିବାକୁ ଘରୁ ଗୋଡ଼ କାଢ଼ିଥିଲା । ନିଜ ଗାଁର ତୁଲାଲାମ ପରିବାର ସହ ଦାଦନ ଯାଇଥିଲେ । ଗତ କିଛି ମାସ ତଳେ ତୁଲାରାମର ପରିବାର ଗାଁକୁ ଫେରିଥିଲେ । ହେଲେ ଜାମିନୀ ଆଉ ଗାଁକୁ ଫେରି ନଥିଲା ।