ଦୀପିକାଙ୍କ ଏ ଫିଲ୍ମ ଦେଖିବେ ୧୮ବର୍ଷରୁ ଅଧିକ ବୟସ୍କ

ଦୀପିକାଙ୍କ ଏ ଫିଲ୍ମ ଦେଖିବେ ୧୮ବର୍ଷରୁ ଅଧିକ ବୟସ୍କ

ଦୀପିକାଙ୍କ ଏ ଫିଲ୍ମ ଦେଖିବେ ୧୮ବର୍ଷରୁ ଅଧିକ ବୟସ୍କ
ମୁମ୍ବାଇ: ଆସନ୍ତା ଫେବ୍ରୁଆରୀ ୧୧ରେ ରିଲିଜ୍ ହେଉଛି ବଲିଉଡର ନୂଆ ଫିଲ୍ମ ଗେହରାୟିଆଁ। ନିଦେ୍ର୍ଧଶକ ଶକୁନ ବତ୍ରାଙ୍କ ଏହି ଫିଲ୍ମରେ ବୋଲ୍ଡ ସିନ ଅଧିକ ଥିବାରୁ ଫିଲ୍ମକୁ ୧୮ବର୍ଷରୁ ଅଧିକ ବ୍ୟକ୍ତି ହିଁ ଦେଖିପାରିବେ । ଏହି ଫିଲ୍ମକୁ ସେଣ୍ଟ୍ରାଲ୍‌ ବୋର୍ଡ ଅଫ ସାର୍ଟିଫିକେସନ୍‌ (ସିବିଏଫସି)ଦ୍ୱାରା ‘A ‘ଗ୍ରେଡ଼ ସାର୍ଟିଫିକେଟ୍‌ ମିଳିଛି। ଅର୍ଥାତ କେବଳ ପ୍ରାପ୍ତ ବୟସ୍କ ଲୋକେ ହିଁ ଦେଖି ପାରିବେ। ନିର୍ଦ୍ଦେଶକ ଶକୁନ ବତ୍ରାଙ୍କ ଏହି ବୋଲ୍ଡ ଫିଲ୍ମଟି ଜଟିଳ ସଂପର୍କ ଉପରେ ଆଧରିତ। ଫିଲ୍ମଟି OTTରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମର ଚର୍ଚ୍ଚାର ବିଷୟ ପାଲଟିଛି ଦୀପିକା ପାଦୁକୋନଙ୍କ ହଟ ସିନ‌। ଇଣ୍ଟିମେଣ୍ଟ ଡାଇରେକ୍ଟରଙ୍କ ସାହାଯ୍ୟରେ ଫିଲ୍ମର ଲଭ୍‌ ମେକିଙ୍ଗ ସିନ୍‌ ସୁଟିଙ୍ଗ କରାଯାଇଥିଲା । ବଲିଉଡ୍‌ରେ ଏହି ଦୃଶ୍ୟ ସମ୍ପୂର୍ଣ୍ଣ ଭିନ୍ନ। ଫିଲ୍ମର ଅନ୍ୟ ପ୍ରସଙ୍ଗ ଅପେକ୍ଷା ଏହାର ବୋଲ୍ଡ ସିନ୍‌ ଉପରେ ଅଧିକ ଚର୍ଚ୍ଚା କରାଯିବ ବୋଲି ଶକୁନ ବତ୍ରା କହିଛନ୍ତି। ଏହା ସମ୍ପୂର୍ଣ୍ଣ ସତ୍ୟ ଯେ ଏଥିରେ ବୋଲ୍ଡ ସିନ୍‌ ଅଧିକ ରହିଛି କିନ୍ତୁ ଏହି ପ୍ରସଙ୍ଗରେ ଅଧିକ ଚର୍ଚ୍ଚା ନକରି ଅଭିନେତା ମାନଙ୍କ କଠିନ ପରିଶ୍ରମର ପ୍ରଶଂସା କରାଯିବା ଉଚିତ୍‌। ଏହି ଫିଲ୍ମ ରିଲିଜ୍ ପୂର୍ବରୁ ଏବେ ଏବେ ଜାରି ହୋଇଥିବା ଟିଜର ଛାଇଗଲାଣି ସୋସିଆଲ ମିଡିଆ ପ୍ଲାଟଫର୍ମରେ । ୟୁଟୁ୍ୟବରୁ ଇନଷ୍ଟ୍ରାଗ୍ରାମ, ଫେସବୁକ୍, ଟ୍ୱିଟର ଏବଂ ଟେଲିଗ୍ରାମରେ ହଙ୍ଗାମା କଲାଣି ଟିଜର ଭିଡିଓ । ଏହାର ମୁଖ୍ୟ ଆକର୍ଷଣ ବଲିଉଡ ବିୟୁଟି ଦୀପିକା ପାଦୁକୋନ । ଟିଜରରେ ଦୀପିକା ପାଦୁଦୋନ ଓ ଫିଲ୍ମର ନାୟକ ସିଦ୍ଧାନ୍ତ ଚତୁର୍ବେଦୀ ସହ ଜୋରଦାର ହଟ୍ ସିନ୍ ଦେଇଥିବା ଦେଖିବାକୁ ମିଳିଛି । ଯାହା ଏବେ ବି-ଟାଉନରେ ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି । ନିଜଠୁ ୮ ବର୍ଷ ସାନ ତଥା ନୂଆ ନାୟକଙ୍କ ସହ ଦୀପିକା ଲଗାତାର କିସିଂ ସିନ୍ କରିବା ଓ ବେଡରୁମ ସିନ୍ ଦେଖି ସବୁ କିମିଆ ହୋଇଯାଇଛନ୍ତି । ଫିଲ୍ମରେ ଦୀପିକା ଓ ସିଦ୍ଧାନ୍ତଙ୍କ ସହ ଚୁଲବୁଲି ଅଭିନେତ୍ରୀ ଅନନ୍ୟା ପାଣ୍ଡେ ବି ଅଛନ୍ତି । ଏହାବାଦ୍ ନାସିରୁଦ୍ଧିନ୍ ଶାହ ଅଛନ୍ତି ଦୀପିକାଙ୍କ ପିତା ଭୂମିକାରେ। ଫିଲ୍ମରେ ଅନନ୍ୟା ଓ ଦୀପିକା ସମ୍ପର୍କୀୟ ଭଉଣୀ (କଜନ) ହୋଇଥିବାବେଳେ ସିଦ୍ଧାନ୍ତଙ୍କ ସହ ଅନନ୍ୟାଙ୍କ ବିବାହ ସ୍ଥିର ହୋଇସାରିଛି । ଦୀପିକା ପୂର୍ବରୁ ବିବାହିତ ଅଛନ୍ତି ଫିଲ୍ମରେ । ତେବେ କୌଣସି ଏକ ଦୁର୍ବଳ ମୂହୁର୍ତ୍ତରେ ଦୀପିକା ଓ ସିଦ୍ଧାନ୍ତଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଛି । ଉଭୟଙ୍କ ଭିତରେ ବହୁ କିସ୍ ସିନ ଓ ବେଡ ରୁମ ସିନ୍ ରହିଛି ଫିଲ୍ମରେ । ଯଦିଓ ରଣବୀର କପୁର, ଅର୍ଜୁନ କପୁର, ରଣବୀର ସିଂଙ୍କ ଭଳି ଅଭିନେତାଙ୍କ ସହ ପୂର୍ବରୁ ଦୀପିକା ଫିଲ୍ମରେ କିସିଂ ସିନ୍ କରିଛନ୍ତି, ହେଲେ ଦୀପିକାଙ୍କ ଏଭଳି ବୋଲ୍ଡ ଅବତାର ପୂର୍ବରୁ କୌଣସି ଫିଲ୍ମରେ ଦେଖିବାକୁ ମିଳିନାହିଁ । ଆସନ୍ତା ୧୧ ତାରିଖରେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ୍ ହେବ ଧର୍ମା ପ୍ରଡକସନର ଏହି ଫିଲ୍ମ । ଏହାକୁ ନେଇ ଦୀପିକାଙ୍କ ଫ୍ୟାନମାନେ ବେଶି ଉତ୍ସାହିତ ଅଛନ୍ତି । ଫିଲ୍ମର ହଟ୍ ସିନ ନେଇ ଦୀପିକା କହିଛନ୍ତି, ଏଭଳି ସିନ ସୁଟ୍ କରିବା ନିହାତି ଭାବେ କଷ୍ଟକର ଥିଲା । ନିଦେ୍ର୍ଧଶକ ଏଭଳି ପରିବେଶରେ ସିନକୁ ଏଭଳି ସୁଟ୍ କରାଇଥିଲେ, ପୂରା ସୁରକ୍ଷିତ ଅନୁଭବ କରିଥିଲି। ତେଣୁ ବିଶେଷ ସମସ୍ୟା ହୋଇନଥିଲା । ଏହି ଫିଲ୍ମ ଟିଜର ଦେଖି ଦୀପିକାଙ୍କ ପତି ରଣବୀର ସିଂ ମଧ୍ୟ ତାରିଫ କରିଛନ୍ତି।