ଦୀର୍ଘ ୭ ବର୍ଷ ପରେ ମିଳିଲା ନ୍ୟାୟ ।

ଦୀର୍ଘ ୭ ବର୍ଷ ପରେ ମିଳିଲା ନ୍ୟାୟ ।

ଦୀର୍ଘ ୭ ବର୍ଷ ପରେ ମିଳିଲା ନ୍ୟାୟ ।
ସକାଳ ହବାକୁ ଆଉ ମାତ୍ର କିଛି ସମୟ ଥିଲା ବାକି । ଅନ୍ଧାର ହଟି ହଟି ଯାଉଥିଲା ଆଉ ଆଲୁଅ ପଡିଆସୁଥିଲା । ଠିକ୍ ସେତିକିବେଳେ ହୋଇଥିଲା ସଇତାନ ମାନଙ୍କ ଅନ୍ତ । ଦୀର୍ଘ ୭ ବର୍ଷ ପରେ ନିର୍ଭୟାକୁ ମିଳିଲା ନ୍ୟାୟ । ୨୦୧୨ରେ ହୋଇଥିବା ବହୁ ଚର୍ଚ୍ଚିତ ନିର୍ଭୟା ଗଣ ଦୁଷ୍କର୍ମରେ ଆଜି ଦୋଷୀଙ୍କୁ ଫାଶୀ ଦିଆଯାଇଛି । ବଂଚିଥିଲେ ହୁଏତ ନିର୍ଭୟାଙ୍କୁ ଶାନ୍ତି ମିଳିଥିଲା । ଆଜି ଭୋର ଠିକ୍ ସାଢ଼େ ୫ଟା ବେଳେ ଅକ୍ଷୟ, ପୱନ, ବିନୟ ଓ ମୁକେଶଙ୍କୁ ତିହାର ଜେଲ୍ର ଫାଶୀ ଦିଆଯାଇଥିଲା। ତା’ପୂର୍ବରୁ ଭୋର ୪ଟାରୁ ଫାଶୀ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ଫାଶୀର ଘଣ୍ଟାଏ ପୂର୍ବରୁ ଦୋଷୀମାନଙ୍କୁ ଉଠାଯାଇଥିଲା ଓ ଗାଧୋଇବାକୁ କୁହାଯାଇଥିଲା। ଏସବୁ ପ୍ରକ୍ରିୟା ଶେଷ ହେବା ପରେ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଯାଇଥିଲା। କଡ଼ା ସୁରକ୍ଷା ମଧ୍ୟ ସେମାନଙ୍କୁ ଫାଶୀ ଗୃହକୁ ନିଆଯାଇଥିଲା। ମାଜିଷ୍ଟ୍ରେଟ୍ ଓ ଜେଲ୍ ଅଧିକାରୀଙ୍କ ଉପସ୍ଥିତିରେ ସେମାନଙ୍କ ମୁହଁରେ କପଡ଼ା ଘୋଡ଼ାଇ ଦିଆଯାଇଥିଲା। ତା’ସହିତ ହାତ ଓ ଗୋଡ଼ ବାନ୍ଧି ଦିଆଯାଇଥିଲା। ଆଉ ଠିକ୍ ସାଢ଼େ ୫ଟାରେ ସେମାନଙ୍କୁ ଦିଆଯାଇଥିଲା ଫାଶୀ। ଜହ୍ଲାଦ ପବନ ସେମାନଙ୍କୁ ଫାଶୀ ଦେଇଥିଲେ। ଅକ୍ଷୟ, ପୱନ, ବିନୟ ଓ ମୁକେଶ ନିୟମ ଅନୁଯାୟୀ ଅଧା ଘଣ୍ଟା ଧରି ଫାଶୀ ଖୁଣ୍ଟରେ ଝୁଲି ରହିଥିଲେ। ତା’ପରେ ଡାକ୍ତର ସେମାନଙ୍କୁ ଯାଞ୍ଚ କରିଥିଲେ ଓ ମୃତ ଘୋଷଣା କରିଥିଲେ। ଏହା ସହିତ ୭ ବର୍ଷ ଧରି ଚାଲିଥିବା ‘ନିର୍ଭୟା’ ମାମଲାରେ ଯବନିକା ପଡିଗଲା ।