ଦ୍ରୋଣାଚାର୍ୟ୍ୟ ପୁରସ୍କାର ମିଳିବାର କିଛି ଘଣ୍ଟା ପୂର୍ବରୁ କୋଚ୍ଙ୍କ ମୃତ୍ୟୁ
ଦ୍ରୋଣାଚାର୍ୟ୍ୟ ପୁରସ୍କାର ମିଳିବାର କିଛି ଘଣ୍ଟା ପୂର୍ବରୁ କୋଚ୍ଙ୍କ ମୃତ୍ୟୁ
admin
Aug 29, 2020 - 07:48
Updated: Aug 29, 2020 - 07:48
ବେଙ୍ଗାଲୁରୁ :ସମ୍ମାନଜନକ ଦ୍ରୋଣାଚାର୍ୟ୍ୟ ପୁରସ୍କାରର ସମ୍ମାନିତ ହେବାର କିଛି ଘଣ୍ଟା ପୂର୍ବରୁ ବେଙ୍ଗାଲୁରୁରେ ଜଣେ ଅନୁଭବୀ ଆଥଲେଟ୍ କୋଚ୍ ପୁରୁଷୋତ୍ତମ ରାୟଙ୍କର ମୃତ୍ୟୁ ହୋଇଯାଇଛି । ଶୁକ୍ରବାର ରାତ୍ରିରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଆଜି ତାଙ୍କ ରାଷ୍ଟ୍ରୀୟ ଖେଳ ପୁରସ୍କାର ସମାରୋହରେ ଦ୍ରୋଣାଚାର୍ୟ୍ୟ ସମ୍ମାନରେ ସମ୍ମାନିତ କରାଯାଇଥା‘ନ୍ତା ।
୭୯ ବର୍ଷୀୟ ପୁରୁଷୋତ୍ତମ ରାୟ ୨୦୦୧ରେ ଭାରତୀୟ ଖେଳ ପ୍ରାଧିକରଣ (ସାଇ)ରୁ କୋଚ ପଦରୁ ସେବାନିବୃତ୍ତ ହୋଇଥିଲ । ପୁରୁଷୋତ୍ତମ ରାୟ ବନ୍ଦନା ରାଓ, ଅଶ୍ବିନୀ ନାଚପ୍ପା, ପ୍ରମିଳା ଆୟପ୍ପା, ରେଜା କୁଟ୍ଟୀ, ଏମ୍କେ ଆଶା, ବି ଶାୟଲା, ମୁରଲୀ କୁଟ୍ଟନଙ୍କ ପରି ଶୀର୍ଷ ଆଥଲେଟ୍ଙ୍କୁ କୋଚିଂ ଦେଇଛନ୍ତି । ୧୯୭୪ ମସିହାରେ ନେତାଜୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସ୍ପୋଟର୍ସରୁ ଡିପ୍ଲୋମା ହାସଲ କରିବା ପରେ ରାୟ ନିଜ କୋଚିଂ କ୍ୟାରିଅରର ଆରମ୍ଭ କରିଥିଲେ ।
ରାୟ ୧୯୮୭ ବିଶ୍ବ ଏଥଲେଟିକ୍ସ ଚାମ୍ପିଅନ୍ସିପ୍, ୧୯୮୮ ଏସିଆନ୍ ଟ୍ରାକ ଏଣ୍ଡ ଫିଲ୍ଡ ଚାମ୍ପିଅନସିପ୍ ଓ ୧୯୯୯୯ ଏସ୍ଏଏଫ୍ ଗେମ୍ସ ପାଇଁ ଭାରତୀୟ ଦଳକୁ କୋଚିଂ ଦେଇଥିଲେ । ସେ ଯୁବ ସଶକ୍ତିକରଣ ଓ ଖେଳ ବିଭାଗ (ଡିଓ୍ବାଇଇଏସ୍) ଓ ସାଇର କୋଚ୍ ରୂପେ ଯୋଡି ରହିଥିଲେ ।