ଧର୍ମେନ୍ଦ୍ରଙ୍କ ଭୋଟ ଅଫର : ଟଙ୍କାକରେ ୫ କିଲେ ଚାଉଳ, ୫୦୦ ଗ୍ରାମ ଡାଲି

ଧର୍ମେନ୍ଦ୍ରଙ୍କ ଭୋଟ ଅଫର : ଟଙ୍କାକରେ ୫ କିଲେ ଚାଉଳ, ୫୦୦ ଗ୍ରାମ ଡାଲି

ଧର୍ମେନ୍ଦ୍ରଙ୍କ ଭୋଟ ଅଫର : ଟଙ୍କାକରେ ୫ କିଲେ ଚାଉଳ, ୫୦୦ ଗ୍ରାମ ଡାଲି
ଭୁବନେଶ୍ୱର: ବିଜେପି ସରକାରକୁ ଆସିଲେ ମାତ୍ର ଟଙ୍କାକରେ ଡାଲି, ଚାଉଳ ଓ ଲୁଣ ଦେବ । ଚୌଦ୍ୱାର ସଭାରେ ଏହି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ୧ ଟଙ୍କାରେ ୫କେଜି ଚାଉଳ, ୫୦୦ ଗ୍ରାମ ଡାଲି ଓ ୫୦୦ ଗ୍ରାମ ଲୁଣ ଦିଆଯିବ । ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କୁ ଏହି ଖାଦ୍ୟ ସାମଗ୍ରୀ ମାତ୍ର ୧ ଟଙ୍କାରେ ଦିଆଯିବ ବୋଲି ଘୋଷଣା କରିଛନ୍ତି ମନ୍ତ୍ରୀ । ଖାଦ୍ୟ ସୁରକ୍ଷା ଯୋଜନାରେ ଥିବା ୩.୨୬ କୋଟି ହିତାଧିକାରୀଙ୍କୁ ଏହା ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟଙ୍କିକିଆ ଚାଉଳ ଯୋଜନା କରି ରାଜ୍ୟରେ ବାର ବାର କ୍ଷମତାକୁ ଆସୁଥିବାରୁ ବିଜେପି ଲୋକଙ୍କୁ ଆକୃଷ୍ଟ କରିବାକୁ ଏପରି ଘୋଷଣା କରିଛି ।