ନନ୍ଦନକାନନରେ ଭାଲୁ ସଂକ୍ରମଣ ଚିନ୍ତା ବଢ଼ିଲା, ଦେବାଶିଷ ପରେ ଆରତିର ମୃତୁ୍ୟ, ପୁଣି ୩ ଆକ୍ରାନ୍ତ

ନନ୍ଦନକାନନରେ ଭାଲୁ ସଂକ୍ରମଣ ଚିନ୍ତା ବଢ଼ିଲା, ଦେବାଶିଷ ପରେ ଆରତିର ମୃତୁ୍ୟ, ପୁଣି ୩ ଆକ୍ରାନ୍ତ

ନନ୍ଦନକାନନରେ ଭାଲୁ ସଂକ୍ରମଣ ଚିନ୍ତା ବଢ଼ିଲା, ଦେବାଶିଷ ପରେ ଆରତିର ମୃତୁ୍ୟ, ପୁଣି ୩ ଆକ୍ରାନ୍ତ
ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦେଶୀ ଭାଲୁଙ୍କ ସଂକ୍ରମଣ ଚିନ୍ତା ବଢ଼ିଛି । ସାଢେ଼ ସାତ ବର୍ଷର ଦେଶୀ ଭାଲୁ ‘ଦେବାଶୀଷ’ ମୃତୁ୍ୟର ବାର ଘଣ୍ଟା ପରେ ୨୭ ବର୍ଷୀୟା ମାଈ ଭାଲୁ ‘ଆରତି’ର ସଂକ୍ରମଣରେ ମୃତୁ୍ୟ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଆରତିର ମୃତୁ୍ୟ ହୋଇଥିବା ନନ୍ଦନକାନନ ଉପନିଦେ୍ର୍ଧଶକ ବିମଳ ଚନ୍ଦ୍ର ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ଆରତିକୁ ୨୦୧୩ ତାରିଖରେ ରାଞ୍ଚିରୁ ଅଣାଯାଇଥିଲା । ତାକୁ ସେତେବେଳେ ୨୦ ବର୍ଷ ହୋଇଥିଲା । ଏହା ମୃତୁ୍ୟ ପରେ ଓୟୁଏଟିରୁ ପ୍ରଫେସର ଡ.ନରଞ୍ଜନ ସାହୁ ନନ୍ଦନକାନନରୁ ଆସି ଶବ ବ୍ୟବଚ୍ଛେଦ କରିଛନ୍ତି । ଶବ ବ୍ୟବଚ୍ଛେନ ବେଳେ ଦେବାଶିଷ ଭଳି ଆରତି ଠାରେ ମଧ୍ୟ ସମାନ ଭୂତାଣୁ ଜନିତ ଅନ୍ତଃନଳୀ ସଂକ୍ରମଣ ହେତୁ ରକ୍ତସ୍ରାବ ଲକ୍ଷଣ ଦେଖିବାକୁ ମିଳିଥିବା ଅଧିକାରୀ ସୂଚନା ଦେଇଛନ୍ତି । ଦୁଇଟି ଭାଲୁଙ୍କର ସଂକ୍ରମଣରେ ମୃତୁ୍ୟ ପରେ ଏବେ ପୁଣି ଏକ ଆଠ ବର୍ଷର ଦେଶୀ ଭାଲୁ ‘ଲିଜା’ ସଂକ୍ରମିତ ହୋଇ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଆଇସିୟୁରେ ଚିକିତ୍ସାଧୀନ ଅଛି । ଲିଜାକୁ ଦୁଇ ବର୍ଷ ହୋଇଥିବା ବେଳେ ୨୦୧୪ ରେ ମାର୍ଚ୍ଚ ୨୯ରେ ଖଲ୍ଲିକୋଟରୁ ଉଦ୍ଧାର କରି ନନ୍ଦନକାନନ ଅଣାଯାଇଥିଲା । ଏବେ ତାର ଚିକିତ୍ସା ଚାଲିଥିବା ବେଳେ ପୁଣି ଖୁଆଡ଼ ମଧ୍ୟରେ ଗୋଟିଏ ଓ ସଫାରି ମଧ୍ୟରେ ଗୋଟିଏ ଭାଲୁ ଦେହରେ ସଂକ୍ରମଣ ଲକ୍ଷଣ ଦେଖାଯାଇଛି । ସେମାନେ ଅନ୍ୟ ସଂକ୍ରମିତଙ୍କ ଭଳି ଥରିବା ଆରମ୍ଭ କରିଛନ୍ତି । ସେମାନଙ୍କର ଚିକିତ୍ସା ଆରମ୍ଭ କରାଯାଇଛି ।