ନିଜର ଆତ୍ମରକ୍ଷା ପାଇଁ ମହିଳାମାନେ ଏଭଳି କରନ୍ତୁ

ନିଜର ଆତ୍ମରକ୍ଷା ପାଇଁ ମହିଳାମାନେ ଏଭଳି କରନ୍ତୁ

ନିଜର ଆତ୍ମରକ୍ଷା ପାଇଁ ମହିଳାମାନେ ଏଭଳି କରନ୍ତୁ
ବାହାରକୁ ଯିବା ପୂର୍ବରୁ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରି ରଖନ୍ତୁ । ବାଟରେ କୌଣସି ଅଘଟଣ ଘଟିଲେ ସାମର୍ଥ୍ୟ ଅନୁସାରେ ମୁକାବିଲା କରନ୍ତୁ । ଗହଣା ଚୋରି, ଅସଦାଚରଣରୁ ରକ୍ଷା ପାଇବା ପାଇଁ ଆଗ ପଛକୁ ନଜର ରଖନ୍ତୁ । ଅନୁସରଣକାରୀଙ୍କ ପ୍ରତି ସତର୍କ ରଖନ୍ତୁ । ପୁଲିସ ହେଲପ ଲାଇନ ନମ୍ବର ପାଖରେ ରଖନ୍ତୁ । ମୋବାଇଲରେ ନିକଟସ୍ଥ ପୁଲିସକୁ ସୂଚନା ଦିଅନ୍ତୁ । ଆଜିକାଲି ମୋବାଇଲରେ କେତୋଟି ଆପ ରହିଛି, ସେଗୁଡ଼ିକୁ ଡାଉନଲୋଡ଼ କରି ରଖନ୍ତୁ । ବିପଦରେ ଆଭାସ ପାଇବା ମାତ୍ରେ ଏହି ଆପ ବ୍ୟବହାର କରନ୍ତୁ । ଏପରି କିଛି ଆପ ରହିଛି ଯାହାକୁ ଛୁଇଁବା ମାତ୍ରେ ଘଣ୍ଟି ବାଜିଥାଏ । ଏହା ଦ୍ୱାରା ଅନ୍ୟ ଲୋକମାନେ ସେଠାକୁ ଚାଲି ଆସିବେ ଏବଂ ଆପଣଙ୍କୁ ସାହାଯ୍ୟ କରିପାରିବେ । ଆକ୍ରମଣର ଶିକାର ହେବା ମାତ୍ରେ ନିଜସ୍ୱ ବୁଦ୍ଧି ଖଟାଇ ପ୍ରତିଆକ୍ରମଣ କରନ୍ତୁ ଏବଂ ଶତ୍ରୁର ଦୁର୍ବଳତା ଜାଣିବାକୁ ଚେଷ୍ଟା କରନ୍ତୁ । ଆତ୍ମରକ୍ଷା କୌଶଳ ପାଇଁ ତାଲିମ ନିଅନ୍ତୁ । ହାତରେ ମୁଦି ପିନ୍ଧନ୍ତୁ । ଏହା ଆତ୍ମ ରକ୍ଷାରେ ସହାୟକ ହୋଇପାରିବ । ରାସ୍ତାରେ ଯିବା ବେଳେ ହଇରାଣର ସମ୍ମୁଖୀନ ହେଉଥିଲେ ଗୋଟିଏ ସ୍ଥାନରେ ଧୀରସ୍ଥିର ଭାବେ ଛିଡା ହୁଅନ୍ତୁ ନାହିଁ । ନିର୍ଦ୍ଧିଷ୍ଟ ଦୂରତାରେ ସବୁବେଳେ ରହନ୍ତୁ ।