ନୂତନ ପିସିସି କମିଟି ବୈଠକରେ ପିପିଲି ରଣକୌଶଳ

ନୂତନ ପିସିସି କମିଟି ବୈଠକରେ ପିପିଲି ରଣକୌଶଳ

ନୂତନ ପିସିସି କମିଟି ବୈଠକରେ ପିପିଲି ରଣକୌଶଳ

ଭୁବନେଶ୍ୱର : ରାଜ୍ୟ କଂଗ୍ରେସ ପକ୍ଷରୁ ନବନିଯୁକ୍ତ ଉପ-ସଭାପତି ଓ ସାଧାରଣ ସଂପାଦକମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପିପିଲି ନିର୍ବାଚନ ଉପରେ ବିଶେଷ ଭାବେ  ଆଲୋଚନା ହୋଇଥିଲା। ପିପିଲିରେ ସମୁଦାୟ ୪୬ଟି ପଞ୍ଚାୟତ ଓ ୧୪ଟି ୱାର୍ଡ ରହିଥିବା ବେଳେ ଏଥିପାଇଁ ଜଣେ ଲେଖାଏ କର୍ମକର୍ତାଙ୍କୁ ଦାୟିତ୍ୱ ଦିଆଯିବ। ଆସନ୍ତା ୧୫ତାରିଖରୁ କଂଗ୍ରେସ ନିଜର ଅଭିଯାନ ଆରମ୍ଭ କରିବ । କଂଗ୍ରେସ ନେତୃମଣ୍ଡଳୀ ଘରକୁ ଘର ବୁଲି କ୍ୟାମ୍ପେନରେ ସାମିଲ ହେବେ । ସୋମବାର କଂଗ୍ରେସ ଭବନରେ ନୂତନ ଉପସଭାପତି, ସାଧାରଣ ସଂପାଦକମାନଙ୍କ ପ୍ରଥମ ବୈଠକ ଓଡ଼ିଶା ପ୍ରଭାରୀ ଏ.ଚେଲ୍ଲା କୁମାର ପିପିଲି ସହିତ ପଞ୍ଚାୟତ ନିର୍ବାଚନ ଉପରେ ଆଲୋଚନା କରିଛନ୍ତି । ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସଂପାଦକ ରୁଦ୍ର ରାଜୁ, କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଚିରଞ୍ଜୀବୀ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ପରେ ଗଣମାଧ୍ୟମକୁ ଓଡ଼ିଶା ପ୍ରଭାରୀ ଏ.ଚେଲ୍ଲା କୁମାର କହିଛନ୍ତି, କଂଗ୍ରେସ ଦଳରେ ଥାଇ କୌଣସି ପ୍ରକାର ବିଶୃଙ୍ଖଳକୁ ଆଉ ବରଦାସ୍ତ କରାଯିବନି । ସିଏ ଯେଉଁ ପଦ ପଦବିରେ ଥିଲେ ମଧ୍ୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହ ପିସିସି ସଭାପତି ବଦଳିବା ପ୍ରସଙ୍ଗକୁ ମଧ୍ୟ ଚେଲ୍ଲା କୁମାର ସିଧା ମନା କରି ଦେଇଛନ୍ତି । ଏଭଳି ପ୍ରଶ୍ନର ଆଉ କୌଣସି ପ୍ରାସଙ୍ଗିକତା ନାହିଁ । ଓଡ଼ିଶାରେ ପିସିସି ସଭାପତି ବଦଳିବାର ପ୍ରଶ୍ନ ନାହିଁ । ଶ୍ରୀ କୁମାର କହିଛନ୍ତି ଯେ କଂଗ୍ରେସ ସମୟରେ ଓଡ଼ିଶାରେ ଯେଉଁ ବିକାଶମୂଳକ କାର୍ୟ୍ୟ ହୋଇଥିଲା ତାହାକୁ ବିଜେଡି ହାଇଜ୍ୟାକ୍ କରି ନେଇଛି । ତେଣୁ ବିଜେଡି ସରକାରର ବିଫଳତାକୁ ନେଇ ଲୋକଙ୍କ ପାଖକୁ ଯିବୁ । ବିଜେଡି ସରକାରକୁ ଏକ୍ସପୋଜ କରିବୁ ବୋଲି ସେ କହିଛନ୍ତି । ବୈଠକରେ ଶିବାନନ୍ଦ ରାୟ, ଗଣେଶ୍ୱର ବେହେରା, ରନôଗିରି ଉଲ୍ଲାକା, ସରସ୍ୱତୀ ହେମ୍ବ୍ରମ୍, ସତ୍ୟପ୍ରକାଶ ନାୟକ, ସୁରେଶ ମହାପାତ୍ର, ଦେବାଶିଷ ପଟ୍ଟନାୟକ, ବାପି ସର୍ଖେଲ୍, ନକୁଳ ନାୟକ, ଯଜେ୍ଞଶ୍ୱେର ବାବୁ ଓ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ ।