ପିଙ୍କ୍‌ ରଙ୍ଗର ଏଲିୟନ୍ ମଙ୍ଗଳରେ

ପିଙ୍କ୍‌ ରଙ୍ଗର ଏଲିୟନ୍ ମଙ୍ଗଳରେ

ପିଙ୍କ୍‌ ରଙ୍ଗର ଏଲିୟନ୍ ମଙ୍ଗଳରେ

 ମଙ୍ଗଳରେ ଜୀବସତ୍ତା ଅଛି କି ନାହିଁ ସେ ନେଇ ଦୀର୍ଘ ବର୍ଷ ହେଲାଣି ତର୍କ ବିତର୍କ ଜାରି ରହିଛି। ବୈଜ୍ଞାନିକମାନେ ମଧ୍ୟ ରୀତିମତ ଏନେଇ ରିସର୍ଚ୍ଚ ଜାରି ରଖିଛନ୍ତି। କୁହାଯାଉଛି ଯେ ଯଦି କେବେ ପୃଥିବୀ ଧ୍ୱଂସ ହୋଇଯାଏ ତେବେ ଲୋକମାନେ ଅନ୍ୟ ଗ୍ରହକୁ ଯାଇ ବସତି ସ୍ଥାପନ କରିପାରିବେ। ଏଭଳି ଭାବେ ମଣିଷ ସମାଜ ଡାଇନୋସର ଭଳି ବିଲୁପ୍ତ ହେବାରୁ ବଞ୍ଚିଯିବ। ତେବେ ମଙ୍ଗଳରେ ରିସର୍ଚ୍ଚ କରିବା ବେଳେ ବୈଜ୍ଞାନିକମାନେ ଅନେକ ଥର ଏଲିୟନ୍‌ ଓ ୟୁଏଫ୍‌ଓ ଉଡ଼ୁଥିବାର ଫଟୋ ଦେଖିଛନ୍ତି। 

କିନ୍ତୁ ଏବେ ସୋସିଆଲ ମିଡିଆରେ କନ୍‌ସ୍ପେରେସି ଥିଓରିଷ୍ଟ ସ୍କାର୍ଟ ସି ଓ୍ଵରିଂ ଏକ ଏମିତି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ପିଙ୍କ୍‌ ରଙ୍ଗର ଏଲିୟନ୍‌ ସ୍ପଷ୍ଟ ନଜର ଆସୁଛି। ଏହି ଫଟୋ ଆଧାରରେ ସ୍କାର୍ଟ ଦାବି କରିଛନ୍ତି ଯେ ଏବେ ବି ଲାଲ ଗ୍ରହରେ ଜୀବନ ଅଛି। ସେଠାରେ ଏଲିୟନ୍‌ମାନେ ମଣିଷଙ୍କ ନଜରରୁ ଲୁଚିକି ଅଛନ୍ତି। ଏହି ଫଟୋକୁ ନାସା ନେଇଛି। ନିଜକୁ ଜଣେ ଏକ୍ସପର୍ଟ ବୋଲି ଦାବି କରୁଥିବା ସ୍କାର୍ଟ କହିଛନ୍ତି, ଏହି ଫଟୋ ମଙ୍ଗଳରେ ଜୀବନ ଅଛି ବୋଲି ପ୍ରମାଣ ଦେଉଛି। ଫଟୋରେ ଏକ ବଡ଼ ପିଙ୍କ୍‌ କଲରର ଜୀବ ଶୋଇଥିବା ନଜର ଆସୁଛି।

ଏହି ଫଟୋକୁ ଏପ୍ରିଲ ୨୦୨୧ରେ ମାର୍ସ ରୋଭର ଉଠାଇଥିଲା। ଫେବ୍ରୁଆରୀ ୩ରେ ନାସା ଏହାକୁ ସେୟାର କରିଛି। ସ୍କାର୍ଟଙ୍କ ଅନୁସାରେ, ଏହି ଏଲିୟନ୍‌ କଡ଼ରେ ତା’ ପାଦ ଚିହ୍ନ ବି ରହିଛି। ସୂଚନାଯୋଗ୍ୟ ଯେ ଗତ ବର୍ଷଠାରୁ ଏଲିୟନ୍‌ ଓ ସ୍ପେସ୍‌ ସିପ୍‌କୁ ନେଇ ଆମେରିକା ବିବାଦରେ ରହିଛି। କିଛି ଅଧିକାରୀ କହୁଛନ୍ତି ଯେ ଆମେରିକାକୁ ଏଲିୟନ୍‌ଙ୍କ ସମ୍ପର୍କରେ ଅନେକ କଥା ଜଣାଅଛି। କିନ୍ତୁ ସେମାନେ ଲୁଚାଉଛନ୍ତି।