ପିପିଲି ଉପନିର୍ବାଚନ ହିଂସା ମାମଲାରେ ଜେଲ ଗଲେ ବିଜେପି ସମର୍ଥିତ ଦୁଇ ଯୁବକ

ପିପିଲି ଉପନିର୍ବାଚନ ହିଂସା ମାମଲାରେ ଜେଲ ଗଲେ ବିଜେପି ସମର୍ଥିତ ଦୁଇ ଯୁବକ

ପିପିଲି ଉପନିର୍ବାଚନ ହିଂସା ମାମଲାରେ ଜେଲ ଗଲେ ବିଜେପି ସମର୍ଥିତ ଦୁଇ ଯୁବକ
ଡେଲାଙ୍ଗ: ଡେଲାଙ୍ଗ ଥାନା ଅନ୍ତର୍ଗତ ଜେନାପୁର ପଞ୍ଚାୟତର ଦେପୁର ଶାସନ ଗ୍ରାମର ବିଜେଡି କର୍ମୀ ପାଣ୍ଡବ ବେହେରାଙ୍କୁ ହତ୍ୟା ଅଭିଯୋଗରେ ଶୁକ୍ରବାର ଡେଲାଙ୍ଗ ପୁଲିସ ଭୁବନେଶ୍ୱରରୁ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ ପଠାଯାଇଛି । ଅଭିଯୁକମାନେ ହେଲେ ଦେପୁର ଶାସନ ଗ୍ରାମର ନାରଣ ଷଡଙ୍ଗୀ ଓ ଅମି ଷଡଙ୍ଗୀ । ପିପିଲି ଉପନିର୍ବାଚନରେ ବିଜେଡି ଭୋଟ ହାତେଇବା ପାଇଁ ଅଭିଯୁକ୍ତ ବିଜେପି କର୍ମୀମାନେ ପାଣ୍ଡବଙ୍କୁ ସାହି ଭାଇଙ୍କୁ ଭୋଜି ଭାତ କରିବା ପାଇଁ ୫ ହଜାର ଟଙ୍କା ଦେଇଥିଲେ । ମାତ୍ର ସାହି ଭାଇମାନେ ବିଜେଡି ଦଳକୁ ଭୋଟ ଦେବାକୁ ଆଗରୁ ମନସ୍ଥ କରିଥିବା କହି ଉକ୍ତ ଟଙ୍କାକୁ ବିଜେପି ସମର୍ଥିତ କର୍ମୀଙ୍କୁ ଫେରାଇ ଦେବାକୁ କହିଥିଲେ । ପାଣ୍ଡବ ସେହି ଟଙ୍କାକୁ ଫେରାଇବା ସମୟରେ ବିଜେପି କର୍ମୀମାନେ ଉତକ୍ଷିପ୍ତ ହୋଇ ତାଙ୍କୁ ଆକ୍ରମଣ କରିଥିବାରୁ ସେ ଗୁରୁତର ହୋଇ କ୍ୟାପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଥିଲା । ଘଟଣାରେ ମୃତକଙ୍କ ସ୍ତ୍ରୀ ବନିତା ବେହେରାଙ୍କ ଅଭିଯୋଗ କ୍ରମେ ଡେଲାଙ୍ଗ ଥାନାରେ ହତ୍ୟା ମାମଲା ରୁଜୁ ହୋଇଥିଲା । ପ୍ରଥମେ ପେଜୁ ଷଡଙ୍ଗୀକୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ଦ୍ୱୟ ଫେରାର ଥିଲେ ।