ପୁଣି ବଢ଼ିଲା ବସ୍ ଭଡ଼ା

ପୁଣି ବଢ଼ିଲା ବସ୍ ଭଡ଼ା

ପୁଣି ବଢ଼ିଲା ବସ୍ ଭଡ଼ା
ଭୁବନେଶ୍ୱର: ରାଜ୍ୟରେ ବସ୍ ଭଡ଼ା ପୁଣି ବୃଦ୍ଧି ପାଇଛି । ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୭୪ ପଇସା ଥିଲା ବେଳେ ଏବେ ତାହା ବୃଦ୍ଧି ପାଇ ୮୦ ପଇସା ହୋଇଛି । ସେହିପରି ଏକ୍ସପ୍ରେସ ବସ୍ ଭଡ଼ା ୬୭ରୁ ୮୪ ପଇସା, ଡିଲକ୍ସ ବସ ଭଡ଼ା ୧ ଟଙ୍କା ୯ ପଇସାରୁ ୧ ଟଙ୍କା ୧୧ ପଇସା, ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୩୧ ପଇସାରୁ ୧ ଟଙ୍କା ୩୯ ପଇସା ହୋଇଛି । ପ୍ରଥମ ଥର ପାଇଁ ସୁପର ପି୍ରମିୟମ ବସ ନିମନ୍ତେ ସ୍ୱତନ୍ତ୍ର ଭାବେ ଦର ଧାର୍ଯ୍ୟ କରାଯାଇଚି । ଏହି ବସ୍ ଭଡ଼ା କିଲୋମିଟର ପିଛା ୨ ଟଙ୍କା ୧୭ ପଇସା କରାଯାଇଛି । ଘରୋଇ ବସ ମାଲିକ ସଂଘ ଦେବାଶିଷ ନାୟକଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ୧୩ଟି ପାରାମିଟର ନେଇ ବସ୍ ଭଡ଼ା ନିର୍ଦ୍ଧାରଣ ହୁଏ । ଡିଜେଲ ଦର ହ୍ରାସ ଓ ବୃଦ୍ଧି ଅନୁଯାୟୀ ବସ ଭଡ଼ା ନିର୍ଦ୍ଧାରଣ ବର୍ଷ ତମାମ ଆପେ ଆପେ ହୁଏ । ତେବେ ବର୍ଷକରେ ଥରେ ୧୨ଟି ପାରାମିଟରକୁ ନେଇ ବସ୍ ଭଡ଼ା ନିର୍ଦ୍ଧାରଣ କରାଯାଏ । ଗତ ବର୍ଷ ମାର୍ଚ୍ଚ ମାସରେ ବିଭିନ୍ନ ପାରାମିଟରକୁ ବିଚାରକୁ ନେଇ ବସ୍ ଭଡ଼ା ବୃଦ୍ଧି କରିବାକୁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ସୁପାରିସ କରିଥିଲା । କୋଭିଡ ପାଇଁ ତାହା ଲାଗୁ ହୋଇ ନଥିଲା । ପ୍ରାୟ ଏକ ବର୍ଷ ବିଳମ୍ବରେ ଏବେ ଲାଗୁ କରାଯାଇଛି ।