ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
ଉମରକୋଟ: ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି। ଉମରକୋଟ ଥାନା ଛଟାଗୁଡା ଗାଁରେ ଘଟିଛି ଏହିଭଳି ଅଭାବନୀୟ ଘଟଣା। ଗାଁ ପୋଖରୀ ନିକଟସ୍ଥ ଏକ ଜାମ୍ମୁକୋଳି ଗଛରେ ଗାମୁଛା ଲଗାଇ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ମହେଶ୍ବର ଗଣ୍ଡ ଓ ସୁଶିଳା କଲାର। ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଉମରକୋଟ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।